ଆରମ୍ଭ ହେଲା ଅଭ୍ୟାସ ପ୍ୟାରେଡ

 ପୁରୀ: ଜିଲ୍ଳାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ପ୍ୟାରେଡ଼ । ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ ଅଭ୍ୟାସ କରିଥିଲେ । ପୁଲିସ ରିଜର୍ଭ ଇନ୍ସପେକ୍ଟର ତଥା ପ୍ୟାରେଡ଼ କମାଣ୍ଡର ଚିତ୍ତରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସ ପ୍ୟାରେଡ଼ ଅନୁଷ୍ଠିତ ହୋଇଯାଇଛି । ୨୩ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ଘଟିକା ସମୟରେ ଅଭ୍ୟାସ ପ୍ୟାରେଡ଼ ଅନୁଷ୍ଠିତ ହେବ । ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳେୟ ପକ୍ଷରୁ ଡାବକବାଜି ବ୍ୟବସ୍ଥା, ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିନିର୍ବାପକ ଓ ପ୍ୟାରେଡ଼ ଗ୍ରାଉଣ୍ଡରେ ଜଳ ସିଞ୍ଚନ ବ୍ୟବସ୍ଥା, ଚିକିସôା ବିଭାଗ ପକ୍ଷରୁ ଚିକିସôା ସୁବିଧା, ୱାଟ୍କୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ପୌରପାଳିକା ପକ୍ଷରୁ ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥା କରାଯାଇଥିଲା  ।