ଆଜାଦ ଧୂଷୁରୀ ଓ ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠା ଦିବସ
ଧୂଷୁରୀ : ଆଜାଦ ଧୂଷୁରୀ ପ୍ରତିଷ୍ଠାର ୮୩ ତମ ସ୍ମାରକୀ ଦିବସ ଏବଂ ଧୂଷୁରୀ ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ବାର୍ଷିକ ଉସôବ ଗୁରୁବାର ପୂଜ୍ୟ ପୂଜା ସଂସଦ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ବର୍ଷିଆନ କୃଷକ ନେତା ଚନ୍ଦ୍ରଶେଖର ନାୟକ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଏବଂ ବେଦ ପୀୟୂଷର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାକ ସ୍ୱାଧୀନତା ପୂର୍ବରୁ ୧୯୪୨ ମସିହା ଅଗଷ୍ଟ ୨୮ ତାରିଖ ଦିନ ବ୍ରିଟିଶ ଶାସନ ବିରୋଧରେ ସ୍ଥାନୀୟ ମୁକ୍ତିକାମୀ ଜନତା ମେଳି ହୋଇ ଧୂଷୁରୀକୁ ଆଜାଦ ଘୋଷଣା କରିବା ଏମାଟିର ସ୍ୱାଧୀନ ଚିନ୍ତା ଓ ଚେତନାର ପ୍ରମାଣ ଯାହା ସ୍ମରଣୀୟ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅଭିନେତା ନାଟ୍ୟ ନିଦେ୍ର୍ଦଶକ ଧୀର ମଲ୍ଲିକ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, ଜିଲ୍ଲା ସମ୍ପାଦକ କୈଳାସ ମହାପାତ୍ର, ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ, ବରିଷ୍ଠ ବିଜେପି ନେତା ଚତୃଭୂଜ ନାୟକ,ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।