ଉପକୂଳ ସୁରକ୍ଷା ସଚେତନତା ଶିବିର

 ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ପରିସରରେ ଉପକୂଳ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆଇଆଇସି ବିମଳ କୁମାର ମଲ୍ଲିକ ଟେକ୍ନିକାଲ ଷ୍ଟାଫ ଜ୍ଞାନେନ୍ଦ୍ର ମହନ୍ତ, ବିଜୟ କୁମାର ସାମଲ, ବ୍ରହ୍ମାନନ୍ଦ ସ୍ୱାଇଁ, ନବଘନ ମହାରଣା, ଧର୍ମାନନ୍ଦ ବେହେରା, ଆଲୋକ ଭୂଷଣ ରଥ, ଜିତେନ୍ଦ୍ର ମୁନି, ଭାରତୀୟ ନୌବହିନୀ ପକ୍ଷରୁ ଅଶ୍ୱିନୀ କୁମାର ପ୍ରଧାନ ଓ ଅନୁପ ସିଂ ଯୋଗଦେଇ ମସô୍ୟଜିବୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଶେଷକରି ମସô୍ୟଜିବୀମାନେ ନିୟମାବଳୀ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ମସô୍ୟଜିବୀମାନେ ସାଙ୍ଗରେ ପରିଚୟପତ୍ର ଓ ପ୍ରମାଣପତ୍ର ରଖିବେ । ଛୋଟଛୋଟ ବୋଟଗୁଡିକର ପିକରଣ ନିର୍ଦ୍ଧିଷ୍ଟ ଅଂଚଳ ପାଇଁ ଗୋଟିଏ ରଙ୍ଗର ଡଙ୍ଗା ବ୍ୟବହାର, ଦଳବଦ୍ଧ ହୋଇ ମାଛ ମାରିବା ପ୍ରଭୃତି ୧୪ଟି ନିୟମାବଳୀ ଉପରେ ଆଲୋଚନା କରିଥିଲେ ।