ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବ ଆୟୁଷ୍ମାନ ଯୋଜନା

 ଭୁବନେଶ୍ୱର  : ଆଜି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କଟକ ବାଲିଯାତ୍ରା ପଡିଆରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ କରକମଳରେ ହୋଇଯାଇଛି । ଏହି ଯୋଜନାରେ ଓଡିଶାର ୩ କୋଟି ୫୦ ଲକ୍ଷ ଲୋକ ଲାଭାନ୍ୱିତ ହେବେ । ବିଶେଷ କରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଅବା ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ । ଦେଶର ୨୯ହଜାର ହସ୍ପିଟାଲରେ ଓଡିଶାବାସୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହି ଯୋଜନା ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । 
ଶ୍ରୀ ସାମଲ କହିଛନ୍ତି ଯେ, ତକôାଳୀନ ସରକାର ନିଜର ରାଜନୈତିକ ସ୍ୱାର୍ଥ ପୂରଣ କରିବା ପାଇଁ ଏହିଭଳି ଏକ ମହତ୍ୱାକାଂକ୍ଷୀ ଯୋଜନା ଓଡିଶାରେ ଲାଗୁ କରାଇଦେଉନଥିଲେ । ଫଳରେ ଓଡିଶାର ବହୁ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିଲେ । ସେତେବେଳେ କେବଳ ପରିବାର ପିଛା ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ ସେବା କାର୍ଡ ପ୍ରଦାନ କରାଯାଉଥିବାବେଳେ ଏହି ନୂତନ ଯୋଜନାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ନୂତନ ଯୋଜନା ରାଜ୍ୟରେ ଲାଗୁ ହେବା ପରେ ରାଜ୍ୟବାସୀ ଦେଶର ପ୍ରାୟ ସବୁ ହସ୍ପିଟାଲରେ ଉନ୍ନତ ମାନର ଚିକିସôା ସେବା ପାଇପାରିବେ । ରାଜ୍ୟରେ ଏହି ଯୋଜନା ଲାଗୁ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।