ଘରପୋଡ଼ି ସହାୟତା ଦାବି
ରାଜନଗର : ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ଦିଘୀ ଗାଁର ଧନେଶ୍ୱର ସ୍ୱାଇଁଙ୍କର ଦୁଇ ବଖରା ଘର ଗତମାସ ୨୭ତାରିଖ ଦିନ ଜଳିଯାଇଥିଲା । ସମସ୍ତ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଥିଲା । ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । ଘର ପୋଡିକୁ ଏହାମଧ୍ୟରେ ୧୨ ଦିନ ବିତିଲାଣି । ସହାୟତା ତ ଦୂରର କଥା, ପଲିଥିନ ଖଣ୍ଡେ ଦେଇନାହାନ୍ତି । ଧନେଶ୍ୱର ଜଣେ ପକ୍ଷାଘାତ ରୋଗୀ । ତାଙ୍କ ଅଭାବୀ ପରିବାର ସରକାରୀ ଜାଗାରେ ଘରକରି ରହିଥିବାରୁ ସରକାରୀ ସହାୟତାରୁ ସେ ବଞ୍ଚôତ ହୋଇଥିବା ଅଭିଯୋଗ କରିଛନ୍ତି । ସରକାରୀ ଓ ବେସରକାରୀସ୍ତରରୁ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ସୁରେଖା ପ୍ରଧାନଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି ।