ମେଧା ପ୍ରତିଭାଙ୍କୁ ସିବିଏସ୍ଇ ଦ୍ୱାରା ସମ୍ବର୍ଦ୍ଧିତ

 ଚମ୍ପୁଆ : କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିବିଏସଇ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ସିବିଏସଇ ଭୁବନେଶ୍ୱର ସର୍କଲ ଅଧିନରେ ଥିବା ବିଭିନ୍ନ ସ୍କୁଲର ଟପର ମାନଙ୍କୁ ସହୋଦୟ ପୂର୍ବାଞ୍ଚଳ ଓଡିଶା ଚାପଟର ତରଫରୁ ୧୯ତାରିଖରେ ବାରବାଟି ଷ୍ଟାଡିୟମ ପରିସରରେ ଥିବା ଓଡିଶା କ୍ରିକେଟ ଆସୋସିଏସନ୍ର କନଫରେନ୍ସ ହଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । 
ଏହି ମେଧା ପ୍ରତିଭା ସମ୍ବର୍ଦ୍ଧନା ସଭାରେ ସିବିଏସଇ ଭୁବନେଶ୍ୱର ସର୍କଲର ସଭାପତି ଡ଼ଃ.ପ୍ରଦୀପ ତ୍ରିପାଠୀ, ଉପ-ସଭାପତି-ଶ୍ରୀମତି ଦେବସ୍ମିତା ସାହୁ, ସମ୍ପାଦକ-ଡଃ.ଅଭିରାମ ସାହୁ ଏବଂ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଭାରତୀ ପ୍ରମୁଖ କେମସ୍ ଚମ୍ପୁଆର ଦଶମ ଶ୍ରେଣୀ ଟପର ଅଦିତି ପ୍ରିୟଦର୍ଶିନୀ, ଦ୍ୱାଦଶ ବିଜ୍ଞାନର ଟପର ଛାତ୍ରୀ ଦେବଶ୍ରୀ ଦୀପାଶିଖା ମହାନ୍ତ, ଏବଂ ବାଣିଜ୍ୟ ବିଭାଗର ଛାତ୍ର ରୋନିତ ସାହୁଙ୍କୁ ସମ୍ବର୍ଦ୍ଧନା କରିବା ସହ ଅତିଥି ମାନଙ୍କ ଠାରୁ ଉପଢ଼ୌକନ, ମାନପତ୍ର ଓ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ । ଅତିଥି ମାନେ ଟପର ମାନଙ୍କୁ ଜୀବନର ପ୍ରତ୍ୟେକ ପାହଚରେ ଏ-୧ଟପର ହେବାକୁ ପରାମର୍ଶ ଦେଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୂଚନାଯୋଗ୍ୟ ଯେ, ଚମ୍ପୁଆ ଭଳି ଏକ ଉପାନ୍ତ ଅଞ୍ଚଳରେ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷା କ୍ଷେତ୍ରରେ ନବୀନ ପ୍ରକ୍ରିୟା, ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା, ସହ ଶିକ୍ଷା ପାଠ୍ୟକ୍ରମ, ମନୋଲୋଭା ପରିବେଶ ଏବଂ ଅଭିଭାବକଙ୍କ ସନ୍ତୁଷ୍ଟି ଇତ୍ୟାଦିକୁ ନେଇ ଏ ଅନୁଷ୍ଠାନର ଶତପ୍ରତିଶତ ସଫଳତା ହାର ନିରବଚ୍ଛିନ୍ନ ଭାବେ ରହିଆସୁଛି । ଏହି ରାଜ୍ୟସ୍ତରୀୟ ମେଧା ପ୍ରତିଭା ସମ୍ବର୍ଦ୍ଧନା ଉସôବରେ ନିଜ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତାରେ ଉତଫୁଲିତ ହୋଇ ଅନୁଷ୍ଠାନର ଚେୟାରମେନ ଡ଼ଃ.ରାଜମୋହନ ପି.ଏସ, ସମ୍ପାଦିକା ଉମା ରାଜମୋହନ, ଅଧ୍ୟକ୍ଷ, ଅଧ୍ୟାପକ, ଷ୍ଟାଫ୍ ମାନେ ଆଗାମୀ ଦିନରେ ଏ ଅନୁଷ୍ଠାନକୁ ରାଜ୍ୟର ଏକ ଅଗ୍ରଗାମୀ ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ ।