ଗୋକର୍ଣ୍ଣିକା ଶାରଦୀୟ ବିଶେଷାଙ୍କ ଉନ୍ମୋଚନ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଗୋକର୍ଣିକା ସାହିତ୍ୟ ସମାଜର ଶାରଦୀୟ ଗୋକର୍ଣିକା ସଂଖ୍ୟା ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା ଉଦ୍ଘାଟକ ଭାବେ ଯୋଗଦେଇ ଶାରଦୀୟ ସଂଖ୍ୟା ଗୋକର୍ଣିକାକୁ ଲୋକାର୍ପଣ କରିଥିଲେ । ଅତିଥି ଭାବେ କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ବିଜୟ କୁମାର ଶତପଥି ଯୋଗ ଦେଇ ମଣିଷ ମଣିଷ ମଧ୍ୟରେ ସମ୍ପର୍କ ଯୋଡ଼ିବାର ଶକ୍ତି ସାହିତ୍ୟରେ ଅଛି । ଗ୍ରାମାଞ୍ଚଳରୁ ୪୭ବର୍ଷ ଧରି ଗୋକର୍ଣିକା ପତ୍ରିକା ପ୍ରକାଶ ପାଇ ସମଗ୍ର ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ.ସୂର୍ଯ୍ୟମଣି ଖୁଣ୍ଟିଆ ଓ ଗୋକର୍ଣିକାର ପ୍ରଥମ ସମ୍ପାଦକ ଡ.ରାଜ କିଶୋର ପାଢ଼ୀ ଅତିଥି ଭାବରେ ଯୋଗଦେଇ ଗୋକର୍ଣିକା ସମ୍ପର୍କରେ ଆଲୋକ ପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ମହେଶ୍ୱର ପାଢ଼ୀ ପତ୍ରିକା ସଂପର୍କରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଡ.ରୁଦ୍ର ନାରାୟଣ ପୃଷ୍ଟି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ଉପସଭାପତି ବ୍ରଜ କିଶୋର ଦାଶ ଶ୍ଲୋକ ପାଠ କରିଥିଲେ । ଏହି ଅବସରରେ ଧର୍ମଶାଳା ସାହିତ୍ୟ ସମାଜ ସଭାପତି କାହ୍ନୁଚରଣ ଦାଶଙ୍କୁ ଗୋକର୍ଣିକା ସାହିତ୍ୟ ସଂଗଠକ ସମ୍ମାନ ଓ ସାମାଜିକ କର୍ମୀ ଗୋଲକ ଚନ୍ଦ୍ର ପଲେଇଙ୍କୁ ଗୋକର୍ଣିକା ସେବା ସମ୍ମାନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ସାଧାରଣ ସମ୍ପାଦକ ସୁନାକର ସାହୁ କବି ସଂଗ୍ରାମ ଜେନା, ଅଧ୍ୟାପକ ବିଜୟ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଡ.କୃଷ୍ଣଚନ୍ଦ୍ର ପାତ୍ର ସଭା ପରିଚାଳନା କରିଥିଲେ । ଉପସଭାପତି ଡ.ତୁହିନଂଶୁ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।