ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ନୂଆପଡା:  ଖଡ଼ିଆଳସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ  ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସହାୟତାରେ ଛାତ୍ରୀମାନଙ୍କର ସୁରକ୍ଷା ପାଇଁ ଆଠଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜୟଶଙ୍କର ଭୋଇ ଉଦଘାଟନ କରିବା ସହିତ ଛାତ୍ରୀମାନେ ନିଜକୁ କିଭଳି ଶକ୍ତିଶାଳୀ କରି ଗଢିତୋଳିବେ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମହାବିଦ୍ୟାଳୟର ଆତ୍ମସୁରକ୍ଷା କ୍ଳବର ସଂଯୋଜିକା ପ୍ରୀତିସ୍ୱପ୍ନା ପଧାନ ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଅଭିଲକ୍ଷ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ସାହୁ ଉପସ୍ଥିତ ରହି ନାରୀ ସଶକ୍ତିକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଖଡ଼ିଆଳ ଅଞ୍ଚଳର ଦୁଇ ଖ୍ୟାତନାମା ଆତ୍ମସୁରକ୍ଷା ପ୍ରଶିକ୍ଷିକା ନୀଳିମା ବାରିକ ଏବଂ ସରିତା ସତନାମୀ ଉପସ୍ଥିତ ରହି ଆତ୍ମସୁରକ୍ଷା ପ୍ରଶିକ୍ଷଣର ମହତ୍ତ୍ୱ ଏବଂ ତାର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲାବେଳେ ଅଧ୍ୟାପିକା ରଶ୍ମିକାନ୍ତି ତୀର୍କି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଯୁକ୍ତତିନି ପ୍ରଥମ ବର୍ଷର ବହୁସଂଖ୍ୟକ ଛାତ୍ରୀ  ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ ।