ନାବାଳିକାକୁ ଅସଦାଚରଣ ମାମଲା : ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ
ବୌଦ୍ଧ: ବୌଦ୍ଧ ଅତିରିକ୍ତ ଜିଲ୍ଲ ଦୌରାଜଜ ତଥା ସ୍ୱେଶାଲ ଜଜ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ନିଦେ୍ର୍ଦାଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା ଅନ୍ତଗତ ରାଧାନଗର ଗା୍ରମର ଜଣେ ନାବାଳିକା ଗତ ୧୩.୯.୨୦୨୧ ମସିହାରେ ଏକ ଦୋକାନକୁ ଆସିଥିବା ବେଳେ ଗା୍ରମର ଅଭିଯୁକ୍ତ ଶେଷ ଦେହୁରୀ (୫୫) ଅସଦାଚରଣ କରିବାକୁ ଉଦ୍ୟମ କଲା ବେଳେ ନାବାଳିକା ଜଣ ଖସି ପଳାଇ ପରିବାର ବର୍ଗକୁ ଜଣାଇଥିଲା । ଏନେଇ ପରିବାର ଲୋକ ପକ୍ଷରୁ ଗତ ୧୫.୯.୨୧ ରିଖ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । । ଅଭିଯୋଗ ପରେ ପୁଲିସ ବୌଦ୍ଧ ଥାନାରେ କେସ ନଂ ୨୨୭/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । । ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ସ୍ୱେଶାଲ କେସ ନଂ ୧୩/୨୧ ( ପୋସ୍କ) ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଶେଷ ଦେହୁରୀଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ସାହୁ ପରିଚାଳନା କରୁଥିଲେ ।