ଅଣସଂକ୍ରାମକ ରୋଗର ସ୍ୱାସ୍ଥ୍ୟ ଶିବିର 

 ବାଲେଶ୍ୱର : ରେମୁଣା ଏନ୍ଏସି ଅଧୀନ ଶ୍ୟାମରାଇପୁର ଠାରେ ଅଣ ବସ୍ତିସ୍ତରୀୟ ଅଣସଂକ୍ରାମକ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟମିଶନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ରେମୁଣା ମେଡିକାଲ ଅଫିସର ଡାକ୍ତର ରାମଚନ୍ଦ୍ର କିସ୍କୁ ଯୋଗ ଦେଇ ରୋଗୀଙ୍କ ଚିକିସôା କରିଥିଲେ । ଶିବିରରେ ୩୦ରୁ ଊଦ୍ଧ୍ୱର୍ ବୟସ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ରୋଗର ପରୀକ୍ଷଣ କରାଯିବା ସହ ଔଷଧ ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାପ ନର୍ସ ସ୍ୱର୍ଣ୍ଣଳତା ଜେନା, ଫାର୍ମାସିଷ୍ଟ ଉମାରଣୀ ଜେନା, ମମତା ଜେନା ଓ ଆଶା ସୁଜାତା ପସା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।