କାର୍ କୁ ପିଟିଲା ଟ୍ରକ୍ କାର୍ ଡ୍ରାଇଭର ଗୁରୁତର
ବୈଶିଙ୍ଗା: ପୁଲିସ୍ ସୂତ୍ର ଅନୁଯାଇ ରପ୍ସା ଅଞ୍ଚଳରୁ ସିମେଣ୍ଟ ବୋଝେଇ କରି ଓଆର୦୧-୯୯୧୪ ନଂ ବିଶିଷ୍ଟ ଟ୍ରକକୁ ନେଇ ·ଳକ ଅଁଳା ପଟକୁ ଯାଉଥିଲା । ଠିକ ସେତିକିବେଳେ ଅନନ୍ତ ମହାନ୍ତ ନିଜର ଓଡି୧୧ଭି-୧୮୧୭ ନଂ ବିଶିଷ୍ଟ କାର ନେଇ ବୈଶିଙ୍ଗା ପଟକୁ ଦ୍ରୁତଗତିରେ ଆସୁଥଲେ । ତେବେ ଟ୍ରକଟି ଆମ୍ବଗଡ଼ିଆ ରେଲୱେ ଫାଟକ ଅତିକ୍ରମ କଲା ପରେ ଗଡ଼ାଣିଆ ରାସ୍ତା ପାଇଁ ଗତି ଟିକେ ବଢିଯାଇଥିଲା ତେବେ ସାମ୍ନା ପଟରୁ ଆସୁଥିବା ଦ୍ରୁତଗାମୀ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଟ୍ରକ୍ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ କାରର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗି ଯାଇ ·ଳକ ପାଖ ବେଲୁନ ମଧ୍ୟ ଖୋଲିଯାଇଥିଲା । ଯୋଉଁଥି ପାଇଁ ଏହି ଭୟଙ୍କର ଦୁର୍ଘଟଣାରେ କାର ·ଳକ ଅନନ୍ତ ସାମାନ୍ୟ ଆହତ ହୋଇ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ । ଅନନ୍ତ କାର ସିଟରେ ଫସି ରହିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ କାର କବାଟ ଭାଙ୍ଗି ତାଙ୍କୁ ବାହାର କରିଥିଲେ । ଉଭୟ ·ଳକଙ୍କ କହିବା କଥା ରାସ୍ତା ୨ ପାଶ୍ୱର୍ରେ ବିଛା ହେବାକୁ ଥିବା ମାଟି କୁଢ଼ ପାଇଁ କେହି ରାସ୍ତା ତଳକୁ ଓହ୍ଲାଇ ପାରିନଥିଲେ । ଦୁର୍ଘଟଣା ରାସ୍ତା ମଝାମଝିରେ ଘଟିଥିବାରୁ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ କୌଣସି ଯାନବାହାନ ଯାତାୟତ କରିପାରି ନ ଥିଲା । ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଉଭୟ ଗାଡିକୁ ଜବତ କରିବା ସହ ଯାତାୟତକୁ ସ୍ୱାଭାବିକ କରିଥିଲେ ।