ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନ୍ସିପ୍ : ଆଜି ଖେଳାଯିବ ସେମିଫାଇନାଲ୍
କଟକ : ୩୧ ତମ ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପର ଆଜି ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ମ୍ୟାଚ କଟକ-ଏ ବନାମ ଭୁବନେଶ୍ୱର ଟିଟି ସଂଘ-ଏ ଓ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କଟକ-ବି ବନାମ ଖୋର୍ଦ୍ଧା ଟିଟି ସଂଘ-ଏ ମଧ୍ୟରେ ଅନୁଷ୍ଠିତ ହେବ ।
ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ହଲରେ ଏହି ଚାମ୍ପିଅନସିପ୍ ଜାରି ରହିଛି । ଏହି ଅବସରରେ ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଅଭିଜିତ ପଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶନିବାର ଠାରୁ ୧୩ ବ୍ୟକ୍ତିଗତ ଇଭେଣ୍ଟ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୨୫ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି ପ୍ରତିଯୋଗିତାରେ ୧୫ ଜିଲ୍ଲା ଓ ୭ ଅନୁଷ୍ଠାନର ୩୭୦ (ପୁରୁଷ ଓ ମହିଳା) ଭାଗ ନେଉଛନ୍ତି । ଆଜିର ମ୍ୟାଚକୁ ଅମ୍ପାୟାର ଆର କ୍ରୀଷ୍ଣା କୁମାର, ସୁଜିତ ରାୟ, ତପନ ଖା, ବିଜେନ ଦାସ ମହାପାତ୍ର, ଜୀବନ ବଲ୍ଲଭ ସାମଲ, କେଭିପି ରାମା ରାଓ, ସୁଦୀପ ଚକ୍ରବର୍ତ୍ତୀ ପରିଚାଳନା କରିଥିଲେ ।