ବଲାଙ୍ଗିର ନକଆଉଟ ଫୁଟବଲ୍ : ଫାଇନାଲରେ ସିସିଏଫ୍ଏ
ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଥମ ସେମିଫାଇନାଲ ଖେଳ ଓ ଦୁଇ ଗୋଟି ମହିଳା ଖେଳ ଅନୁଷ୍ଠିତ ହୋଇଛି । ସିସିଏଫ୍ଏ ବଲାଙ୍ଗିର ୩-୧ ଗୋଲରେ କେସି ୟୁନାଇଟେଡ୍ ଜୁରାବନ୍ଧକୁ ହରାଇ ଫାଇନାଲ କୁ ଉନ୍ନିତ ହୋଇଛି । ସିସିଏଫ୍ଏ ପକ୍ଷରୁ ବିଶାଳ ଚନ୍ଦନ, ମୁକେଶ ନାଏକ ଓ ଦେବରାଜ ସା ଗୋଲ ଦେଇଥିବା ବେଳେ ଜୁରାବନ୍ଧ ତରଫରୁ ଦିପକ ଭୋଇ ଗୋଟିଏ ଗୋଲ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆ·ର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ·ନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ମଞ୍ଚାସିନ ଥିଲେ । ସେହିପରି ମହିଳା ଖେଳରେ ସିହିନି ଏଫ୍ସି ୫-୦ ଗୋଲରେ ସାଉନ୍ତପୁର ଏଫ୍ସିକୁ ହରାଇ ବିଜୟୀ ହୋଇଥିଲା । ମୁରିବାହାଲ ଏଫ୍ସି ୧-୦ ଗୋଲରେ ପାଟଣେଶ୍ୱରୀ ଡବ୍ଲୁଏଫ୍ଏ କୁ ହରାଇ ବିଜୟୀ ହୋଇଥିଲା ।