ଆନ୍ତର୍ଜାତୀୟ  ଚେତନା ଶୀର୍ଷକ ଆଲୋଚନାଚକ୍ର

 ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟ  ‘ଚେତନା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । ପୁରୀସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କଲେଜ ପରିସରରେ ଆର୍ଟ ଅଫ୍ ବ୍ଲେସିଂ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଜ୍ୟୋତିପ୍ରଭା ସାହୁ, ସାଗରିକା ସାହୁ, ସୀତା ସାମଲ, ରୋଜାଲିନ୍ ସ୍ୱାଇଁ, ସୁନୀଲ୍ ସାହୁ, ମଧୁସ୍ମିତା ଦାସ, ଅର୍ଚ୍ଚିତା ପାଣି, ରୀମା ସ୍ୱାଇଁ, ସତ୍ୟରଞ୍ଜନ ବାରିକ, ସନ୍ଧ୍ୟାରାଣୀ ବେହେରା , ପ୍ରିୟଙ୍କା ମିଶ୍ର , ସୁନୀତା ସାହୁ , ସୁନୀତା ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାଚକ୍ରରେ ଯୋଗଦେଇ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନାଚକ୍ର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ପ୍ରଫେସର ଡକ୍ଟର ବନମାଳୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରତିଷ୍ଠାତା ଭୁବନେଶ୍ୱର ଏଏମ୍ଏସ୍ ନିଦେ୍ର୍ଦଶକ ଡାକ୍ତର ପ୍ରଫେସର ଅଶୋକ ମହାପାତ୍ର, ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସିଦ୍ଧାର୍ଥ ଦାସ, ଆର୍ଟ ଅଫ୍ ବ୍ଲେସିଂ ଚେୟାରପର୍ସନ ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇଥିଲେ  ।