ଆମ୍ବ ଟାକୁଆ ଖାଇ ମୃତୁ୍ୟ ବରଣ କରିଥିବା ପିଡିତଙ୍କ ପରିବାରକୁ ଭେଟି ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଯୁବ ସାମ୍ବାଦିକ


ାା ପ୍ରଭାନୁ୍ୟଜ୍ ।ା ଘୁ.ଉଦୟଗିରି : ଯୁବ ସାମ୍ବାଦିକ ଓ ସମାଜସେବୀ ଗଗନ କୁମାର ପ୍ରଧାନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡି ପଙ୍ଖା ଗ୍ରାମ ପରିଦର୍ଶନ କରି ଆମ୍ବ ଟାକୁଆ ଖାଇ ମୃତୁ୍ୟ ବରଣ ଓ ଅସୁସ୍ଥ ହୋଇ ଚିକିସôିତ ହେଉ ଥିବା ପରିବାରକୁ ସାକ୍ଷାତ କରିବା ସହ ମୃତକଙ୍କ ଅମର ଆତ୍ମାର ସତଗତି କାମନା କରି ଗଭୀତ ଦୁଃଖ ପ୍ରକାଶ କରିଥିଲେ । ଏହି ଅବସରରେ ଗ୍ରାମବାସୀ ଓ ପୀଡ଼ିତ ପରିବାରଙ୍କ ସହ ସାକ୍ଷାତ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ  । ଏହା ସହ ପୀଡ଼ିତ ପରିବାରକୁ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ  । ଯୁବସାମ୍ବାଦିକ ଗଗନ କୁମାର ପ୍ରଧାନ ଏହି ଅଂଚଳରେ ଥିବା ଯୋଗାଯୋଗ ବ୍ୟବସ୍ଥା ଅର୍ଥାତ ମୋବାଇଲ ସେବା, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି  । ଏବେ ବିକାଶର ବହୁ ଦୂରରେ କନ୍ଧମାଳ ଜିଲ୍ଲା । ଯାହାକି ସମଗ୍ର ଦେଶ ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସାମ୍ବାଦିକ ଗଗନ । ଭୋକ ସମ୍ଭାଳି ନ ପାରି ଆମ୍ବ ଟାକୁଆ ଖାଇ ଜୀବନ ହାରିବା ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଜିଲ୍ଲା ବାସୀଙ୍କ ପାଇଁ ବିକାଶ ଏକ ପ୍ରକାର ଦିବା ସ୍ୱପ୍ନ ହୋଇ ଥିବାର ନଗ୍ନ ନମୁନା ବୋଲି ସେ କହିଛନ୍ତି । ତେଣୁ ପ୍ରଶାସନ କନ୍ଧମାଳବାସୀଙ୍କ ବିକାଶ କେବଳ କାଗଜ କଲମରେ ନ କରି ଯୋଜନାକୁ କାର୍ଯ୍ୟକାରୀ ଓ ସଫଳ ରୂପାୟନ କରିବା ପାଇଁ ଦାବି କରିଛନ୍ତି ସାମ୍ବାଦିକ ଗଗନ ।