ଭୂମିହୀନ ବାସନ୍ତିଙ୍କୁ କେବେ ମିଳିବ ଘର

ନାଉଗାଁ : ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ରାଜସ୍ୱ ଗ୍ରାମରେ ନିକଟରେ ଦିର୍ଘ ୩୦ ବର୍ଷ ହେବ ସରକାରୀ ଜାଗାରେ ମୁଣ୍ଡଗୁଞ୍ଜି ରହୁଛନ୍ତି ଭୂମିହୀନ ବାସନ୍ତି ମହାରଣା । ଦୀର୍ଘ ବର୍ଷ ହେବ ଏହି ସ୍ଥାନରେ ରହୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବସୁନ୍ଧରା ଯୋଜନାରେ ବାରବାର ଆବେଦନ କରି ଜମି ଓ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ବାସନ୍ତି । ତାଙ୍କର ତିରିଶ ବର୍ଷର ଦୁଃଖ କଷ୍ଟ ଓ ସଂଘର୍ଷମୟ ଜିବନ ଆଗରେ ନାଉଗାଁ ତହସିଲ କାର୍ଯ୍ୟଳୟକୁ ବାରମ୍ବାର ଦୌଡୁ ଥିଲେ ମଧ୍ୟ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକଙ୍କ ଭୁଲ ତଥ୍ୟ ପାଇଁ ସେ ଜମିପଟା ପାଇବାରୁ ବଞ୍ଚôତହୋଇଛନ୍ତି । ଶ୍ରୀମତୀ ମହାରଣାଙ୍କ ଅଭିଯୋଗ ମୁତାବକ ସେ ନାଉଗାଁ ମୌଜା ଖାତା ନଂ ୧୦୨୫, ୨୨୬୬ ପ୍ଲଟ ନମ୍ବର ରକବା ଏ-୦.୦୨ ଜାଗା ଉପରେ ଦୁଇ ବଖରା ଚାଳଘର କରି ପରଘରେ ପାଇଟି କରି ଦୁଃଖ କଷ୍ଟରେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତେ  । ତାଙ୍କ ପରିବାର କହିଲେ ୨୭ ବର୍ଷର ପୁଅ ଏବଂ ୨୨ ବର୍ଷର ଝିଅ । ୩୦ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଯାଜପୁରରୁ ଆସି ତାଙ୍କ ସହ ଦାଦନ ଖଟିବା ଲାଗି ନାଉଗାଁ ଅଞ୍ଚଳରେ ରହିଥିଲେ । ହଠାତ୍ ସ୍ୱାମୀ ତାଙ୍କୁ ଛାଡି କେଉଁଆଡେ ପଳାଇଗଲେ ଯାହା ଫଳରେ ସେ ତାଙ୍କ ପିଲା ଛୁଆଙ୍କୁ ଧାରି ଏହି ସ୍ଥାନରେ ଘରେ ଖଣ୍ଡେ କରି ମୁଣ୍ଡ ଗୁଞ୍ଜିଛନ୍ତି । ସ୍ୱାମି ପରିତ୍ୟକ୍ତ ମହିଳାଟି ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ସୁଦ୍ଧା ତାଙ୍କ ନାମ ଏବଂ ତାଙ୍କ ପିଲାମାନଙ୍କ ନାମରେ କୌଣସି ସମ୍ପତ୍ତି ନଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି  । ବଡ଼ ଦୁଃଖ ଓ ପରିତାପ ବିଷୟ ଝଡିବର୍ଷା, ବନ୍ୟା କିମ୍ବା ବାତ୍ୟା ପବନରେ ମୁଣ୍ଡ ଗୁଞ୍ଜିବାକୁ ତାଙ୍କ ନିକଟରେ କୌଣସି ପକାଘର ଖଣ୍ଡେ ନାହିଁ । ଭୂମିହିନ ହୋଇଥିବାରୁ ତାଙ୍କୁ କୌଣସି ସରକାରୀ ସୁବିଧାରେ କଚାଘର ମଧ୍ୟ ମିଳିପାରୁ ନାହିଁ । ଏଥି ପାଇଁ ସେ ୫ ବର୍ଷ ହେବ ସେ ନାଉଗାଁ ତହସିଲ କାର୍ଯ୍ୟଳୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ଆବେଦନ କରିଥିଲେ ସୁଦ୍ଧା ନାଉଗାଁ ତହସିଲ କାର୍ଯ୍ୟଳୟ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଭୂଲ ତଥ୍ୟ ଯୋଗୁ ସେ ଜମି ପାଇବାରୁ ବଞ୍ଚôତ ହୋଇଛନ୍ତି । ଏନେଇ ବାସନ୍ତି  ମାର୍ଚ୍ଚ ୩ ତାରିଖରେ ନାଉଗାଁ ବ୍ଲକରେ ହେଉଥିବା ଜନଶୁଣାଣିରେ ଅଭିଯୋଗ କରିଛନ୍ତି । ଅଭଯୋଗକୁ ଯଦି ଅଧିକାରୀ ବିଚାର କରି ବିହିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ।