ସଂସ୍କୃତ ସପ୍ତାହ ପାଳନ

ରାଜନଗର : ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ଚନ୍ଦ୍ରଶିଖର ସ୍ଥିତ ଅଷ୍ଟଶମ୍ଭୁ ସଂସ୍କୃତ ବିଦ୍ୟାପୀଠରେ ସଂସ୍କୃତ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ପଣ୍ଡିତ କୃଷ୍ଣଚନ୍ଦ୍ର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଅକ୍ଷୟକୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତିର ମହାନତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଷ୍ଟଶମ୍ଭୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଲେଙ୍କା, ଅଧ୍ୟାପକ ପ୍ରଦୀପକୁମାର ପାଲ, ପଣ୍ଡିତ ରତ୍ନାକର ଦାସ ଓ ଶରତକୁମାର ରାଉତ, ସହକାରୀ ଶିକ୍ଷକ ଘନଶ୍ୟାମ ପରିଡା ଓ ନଳିନୀକାନ୍ତ କର ଯୋଗଦେଇ ସଂସ୍କୃତ ସମସ୍ତ ଭାରତୀୟ ଭାଷାର ଜନନୀ । ସଂସ୍କୃତ ସଂପୂର୍ଣ୍ଣ ମଣିଷ ତିଆରି କରିବାରେ ଏହି ଭାଷାର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ବିଶ୍ୱନାଥ ରାଉତ ପରିଚାଳନାରେ ସହଯୋଗ କରିଥିଲେ ।