ବଳଦେବଜୀଉ ଦେବୋତ୍ତର ସଂସ୍ଥାର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟବୋର୍ଡ

କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ବଳଦବେଜୀଉ ଦେବୋତ୍ତର ସଂସ୍ଥାର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟବୋର୍ଡ ଗଠନ କରାଯାଇଛି । ଦୀର୍ଘ ୨ ବର୍ଷ ହେବ ପୂର୍ବ ଟ୍ରଷ୍ଟବୋର୍ଡର ସମୟ ପୁରି ଯାଇଥିଲେ ମଧ୍ୟ ବହୁ ଦାବି ଫଳରେ ତାହା ଗଠନ କରା ନ ଯାଇ ଏବେ ମଧ୍ୟବର୍ତ୍ତୀ କାଳୀନ ବୋର୍ଡ ଗଠନ କରାଯାଇଛି । ଯାହାର ଆୟୁଷ ୧ ବର୍ଷ ବୋଲି ଜଣାପଡିଛି । ତେବେ ଏହି ଟ୍ରଷ୍ଟ ବୋର୍ଡରେ ସ୍ଥାନୀୟ ଅଂଚଳକୁ ଅଣଦେଖା କରାଯାଇ ସରକାରୀ କର୍ମଚାରୀ ମାନଙ୍କୁ ଗୁରୁତ୍ୱ ଦିଆଯାଇଥିବାରୁ ନାନା ଆଲୋଚନା ଶୁଣିବାକୁ ମିଳୁଛି । ତେବେ ଏହି ବୋର୍ଡରେ ଦେବୋତର ଆୟୁକ୍ତଙ୍କ ଅର୍ଡର ନଂ-୪୯୯୫/୫୪ସି ତା-୩୧.୦୫.୨୦୨୫ ଅନୁଯାୟୀ ଏକ ୭ ଜଣିଆ ବୋର୍ଡ ଗଠନ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଏସଡିପିଓ, ମୁିସିପାଲିଟି ଏକ୍ସଜୁକିଟିଭ ଅଫିସର ପ୍ରମୁଖ ୪ଜଣ ସରକାରୀ କର୍ମଚାରୀ ଥିବାବେଳେ ବିଜେଡି ଜିଲ୍ଲା ସଭାପତି ଧିରେନ କୁମାର ସାହୁ, ହୃଷିକେଶ ରଥ ଓ ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖ ବ୍ୟକ୍ତିଙ୍କୁ ସଭ୍ୟ ରଖାଯାଇଛି । ତେବେ ବିଜେଡି ଓ ବିଜେପି ମିଳିତ ଭାବେ ଏହି ବୋର୍ଡରେ ସ୍ଥାନ ପାଇଥିବାରୁ ଏହାକୁ ନେଇ ଅନ୍ୟ ବିରୋଧୀ ମାନେ ଆଲୋଚନା ଆରମ୍ଭ କରି ଦେଇଛନ୍ତି । ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ସହ ସଂପୃକ୍ତ ଥିବା ଲୋକଙ୍କୁ ରଖା ନଯାଇ ବାହାର ଲୋକଙ୍କୁ ରଖା ଯାଇଥିବାରୁ ଏହାକୁ ନେଇ ବିଭିନ୍ନ ଆଲୋଚନା କରା ଯାଉଥିବା ଜଣାପଡିଛି ।