କମିଶନରେଟ୍କୁ ୬୦୦ ଛତା ପ୍ରଦାନ କଲା ମୁଭି ଫାଉଣ୍ଡେସନ
ଭୁବନେଶ୍ୱର, ୨୮ା୫ : ରାଜ୍ୟରେ ଜାରି ରହିଥିବା ଗ୍ରିଷ୍ମପ୍ରଭାବ ଓ ଆସନ୍ତା ବର୍ଷା ଋତୁକୁ ଆଖି ଆଗରେ ରଖି ମୁଭି ଫାଉଣ୍ଡେସନ ତରଫରୁ କମିଶନରେଟ୍ ପୁଲିସକୁ ୬୦୦ ବଡ଼ ଛତା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟଯେ, ମଙ୍ଗଳବାର ଦିନ କମିଶନରେଟ୍ ମୁଖ୍ୟାଳୟରେ ପୁଲିସ କମିଶନର ସଞ୍ଜିବ୍ ପଣ୍ଡା, ଟ୍ରାଫିକ୍ ଡ଼ିସିପି ପ୍ରାଣକୃଷ୍ଠ ରାଉତଙ୍କ ଉପସ୍ଥିତିରେ ମୁଭି ଫାଉଣ୍ଡେସନ ଟିମ ୬୦୦ ବଡ଼ ଛତା ଟ୍ରାଫିକ୍ ପୁଲିସ ଓ ହୋମଗାର୍ଡ ମାନଙ୍କୁ ବଣ୍ଠନ କରାଯାଇଛି । ଖରା ଓ ବର୍ଷାକୁ ଖାତିରି ନକରି କାର୍ଯ୍ୟ କରୁଥିବା ହୋମଗାର୍ଡ ଓ ଟ୍ରାଫିକ୍ ପୁଲିସ ମାନଙ୍କୁ ଏହି ଛତା ବେଶ ସହାୟକ ହେବ । ଏଭଳି ମହାନ କାର୍ଯ୍ୟକୁ ନେଇ ମୁଭି ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ପୁଲିସ କମିଶନର ସଞ୍ଜିବ୍ ପଣ୍ଡା । ଏହି ବଣ୍ଠନ କାର୍ଯ୍ୟକ୍ରମରେ ଟ୍ରାଫିକ୍ ଏସିପି, ଟ୍ରାଫିକ୍ ଥାନାର ୨ ଜଣ ଆଇଆଇସି ଉପସ୍ଥିତ ରହିଥିଲେ ।