ଆଳି ଥାନା ନିଷ୍କ୍ରିୟ : କୋର୍ଟର ବାରଣ ସତ୍ତ୍ୱେ ଚାଲିଛି ଘର କାମ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ବିଲିକଣା ଗ୍ରାମରେ କୋର୍ଟ ଆଦେଶକୁ ଅବମାନନା କରି ଘର କାମ ତିଆରି ଚାଲିଛି । ଆଳି ଥାନା ପୋଲିସ ନିଷ୍କ୍ରିୟ ଭାବେ ବସି ରହିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ମୁତାବକ ସେହି ଗ୍ରାମର ଆଲୋକ କୁମାର ସାହୁ ଓ ତାଙ୍କ ପଡିଶାଙ୍କ ମଧ୍ୟରେ ଜମିବାଡି ସମ୍ପର୍କକୁ ନେଇ ବିବାଦ ରହିଥିଲା । ଅପରପକ୍ଷେ ଆଲୋକଙ୍କ ଜାଗାକୁ ମଡାଇ ଘର ତିଆରି କରୁଥିବାରୁ ଆଲୋକ ଆଳି ଅଦାଲତରେ ଏକ ମାମଲା ଦାଏର କରିଥିଲେ । କୋର୍ଟ ପକ୍ଷରୁ ସଂପୃକ୍ତ ଜାଗାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିଦେ୍ର୍ଦଶ ଜାରି ଥିବାବେଳେ, ଅପରପକ୍ଷ ଜୋର ଜବରଦସ୍ତ ନିର୍ମାଣ କରୁଥିବା ଆଲୋକ ଅଭିଯୋଗ କରିଛନ୍ତି । ଏନେଇ ଥାନାକୁ ଅବଗତ କରାଗଲେ ମଧ୍ୟ ଥାନା ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଆଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।