୬୦ନଂ ରାଜପଥ ମରଣଯନ୍ତା

 ନିଆଳି:  ନିଆଳି ବ୍ଲକ୍ ପୂର୍ତ୍ତ ବିଭାଗ ଅଧିନରେ ସଳେଇରୁ ଜଲ୍ଲାରପୁର ପର୍ଯ୍ୟନ୍ତ ୬୦ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ସଳେଇ, କାଳିଆଘାଇ, ଅପୂଜା, ନୂଆଗାଁ, ଜଲ୍ଲାରପୁର ଛକରେ ବିଭିନ୍ନ ଜାଗାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଆରୋହୀ ଗର୍ତ୍ତରେ ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହୋଇଛି । କିନ୍ତୁ ପୂର୍ତ୍ତ ବିଭାଗର ନିଦ ଭାଙ୍ଗୁନାହିଁ । ରାସ୍ତାର ଉଭୟ ପାଶ୍ୱର୍କୁ ସଫେଇ କରିବା ନିମନ୍ତେ ଲକ୍ଷାଧିକ ଟଙ୍କା ପୂର୍ତ୍ତ ବିଭାଗ ଖର୍ଚ୍ଚ କରୁଥିବା ବେଳେ ରାସ୍ତା ମରାମତି ନ କରିବାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ପୂର୍ତ୍ତ ବିଭାଗ ଏହାକୁ ଟେଣ୍ଡର କରାଇ କାହିଁକି ଏହାର ମରାମତି କରୁନାହିଁ । ଅଡଶପୁର ଫୁଲନଖରା ମରାମତି ହୋଇଥିବା ବେଳେ ସଳେଇରୁ ଜଲ୍ଲାରପୁର କାହିଁକି କରାଯାଉନାହିଁ । ଯଥାଶୀଘ୍ର ଏଥିପ୍ରତି ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।