ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆୟୁଷ ଡାକ୍ତରଙ୍କ ଦାବିପତ୍ର
କେନ୍ଦ୍ରାପଡା: ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଶାଖା ତରଫରୁ ଏକ ୧୦ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଭାରପ୍ରାପ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଥିବା ପ୍ରାୟ ୮୦ ଜଣ ଆୟୁଷ ଡାକ୍ତର ଦୀର୍ଘ ବର୍ଷ ହେଲା ସ୍ୱଳ୍ପ ଦରମାରେ କାର୍ଯ୍ୟକରି ଆସୁଛ"ି । ନିଜ ଜୀବନକୁ ବାଜି ଲଗାଇ ଏମାନେ କରୋନା ମହାମାରୀ ସମୟରେ ସରକାରଙ୍କ ନିଦେ୍ର୍ଦଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ବେଳେ ଏମାନଙ୍କର ଦରମା ବଢାଇବା ପାଇଁ ସରକାର ଆଜି ପଯ୍ୟ" କୈାଣସି ପଦକ୍ଷେପ ନେଉ ନାହାଁ"ି । ଏହି ଡାକ୍ତର ମାନଙ୍କ ଚାକିରୀକୁ ସ୍ଥାୟୀ କରିବା, ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ଅନୁସାରେ ଏମାନଙ୍କୁ ଦରମା ପ୍ରଦାନ କରିବା, ଅବସରକାଳୀନ ଏକକାଳୀନ ରାଶି ପ୍ରଦାନ, ୧୧ ମାସିଆ ଚୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ, ପିଆଇ ମୂଳ ଦରମାରେ ମିଶ୍ରଣ, ସାମାଜିକ ସୁରକ୍ଷା ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ କାର୍ଡରେ ଅ"ର୍ଭୁକ୍ତ କରିବା, ରାଜ୍ୟର ସମସ୍ତ ଆୟୁଷ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆୟୁଷ ବିଭାଗରେ ଅ"ର୍ଭୁକ୍ତ କରାଯିବା ଆଦି ଦାବି ଗୁଡିକ ରହିଛି । ଜିଲ୍ଲା ସଭାପତି ଡାକ୍ତର ସୀତାକା" କରଙ୍କ ନେତୃତ୍ୱରେ ସଂପାଦକ ସାରଦା ପ୍ରସାଦ କର, ବିକେ ପ୍ରଶା" କୁମାର, ଅନ୍ନପୂର୍ଣ୍ଣା ଜେନା, ମଧୁସ୍ମିତା କର, ପ୍ରଦିପ ଚରି, ପ୍ରିୟମ୍ବଦା ମିଶ୍ର, ଖଗେଶ୍ୱର ନାୟକ ପ୍ରମୁଖ ଆୟୁଷ ଡାକ୍ତର ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।