ଆଳିକୁ ସବଡିଭିଜନ ମାନ୍ୟତା ଦାବିରେ ନାଗରିକ ମଞ୍ଚର ବୈଠକ

ରାଜକନିକା : ରାଜକନିକା ଅଶୋକ ବଜÿାର ସ୍ଥିତ "ଜନତା ଦରବାର’ରେ ଆଳିକୁ ସବଡିଭିଜନ ମାନ୍ୟତା ଦାବି ପାଇଁ ନାଗରିକ ମଞ୍ଚ ପକ୍ଷରୁ ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ନାଗରିକ ମଞ୍ଚର ସଭାପତି ଧନେଶ୍ୱର ରାଉତ ଓ ସମ୍ପାଦକ ଆଡ଼ଭୋକେଟ ଅକ୍ଷୟ ମଲ୍ଲିକ ଯୋଗଦେଇ ଆଲୋଚନା କରିଥିଲେ  । ଆସନ୍ତା ୨୧ ଡିସେମ୍ବରରେ ଆଉ ଏକ ବୈଠକ ଅନୁଷ୍ଠିତ ହେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଆଳିକୁ ସବଡିଭିଜନ ମାନ୍ୟତା ଦାବି ପାଇଁ ଏକ ଦାବି ପତ୍ର ଦେବା ପାଇଁ ନିଷ୍ପତି ନିଆଯାଇଥିଲା  । ଏହି ଦାବିପତ୍ରରେ ଯୁଗ୍ମସମ୍ପାଦକ ଆଡ଼ଭୋକେଟ ସହଦେବ ସିଂ, ଉପଦେଷ୍ଟା ଆଡ଼ଭୋକେଟ ପ୍ରମୋଦ ସିଂ, ରାଜକନିକା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧକ୍ଷ କପିଳେନ୍ଦ୍ର ମଲ୍ଲିକ, ବରୁଣା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଉତ୍ତମ ସେନାପତି, ଶିକ୍ଷକ ନେତା କାଳୀପ୍ରସାଦ ନାୟକ, ଦିଲୀପ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ଏହି ବୈଠକରେ ସାମିଲ ହୋଇଥିଲେ  ।