ମୋବାଇଲ ପାଇଁ ସମ୍ପର୍କୀୟ ଭାଇକୁ ହତ୍ୟା


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ମୋବାଇଲ ପାଇଁ ସମ୍ପର୍କୀୟ ଭାଇକୁ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଅମୃତିଆ ଗ୍ରାମର ରାମଚନ୍ଦ୍ର ଓଝାଙ୍କ ପୁଅ ରଞ୍ଜନ ହୋଇଥିବା ବେଳେ ସେ ଦୁଇଦିନ ତଳେ ମଦନ ଓଝାଙ୍କ ପୁଅ ଶରତ (୨୯)କୁ ବିଲ ଭିତରେ ମଦ ବୋତଲରେ ଆକ୍ରମଣ କରି ଗୁରୁତର କରିବାପରେ ତଣ୍ଟିଚିପି ହତ୍ୟା କରିଥିବା ନେଇ ସ୍ୱିକାର କରିବା ପରେ ପୁଲିସ ମାମଲା ନଂ ୩୩୪/୨୪ରେ କୋର୍ଟ ଚାଲାଣ କରିଥିଲା । ଖବର ଥାଉକି ବୁଧବାର ସନ୍ଧ୍ୟାରେ ଶରତ ନିକଟସ୍ଥ ବରୁଣ୍ଡାଇ ବଜାରକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲେ । ପରିବାର ବର୍ଗ ଖୋଜାଖୋଜି ପରେ ମଧ୍ୟ ଶରତଙ୍କ ପତା ମିଳିନଥିଲା । ପରେ ସକାଳୁ ଗ୍ରାମର କିଛି ବ୍ୟକ୍ତି ଚାଷବାସ ନିମନ୍ତେ ବିଲକୁ ଯାଉଥିବା ବେଳେ ବିଲ ମଝିରେ ଏକ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ପାଣିକୋଇଲି ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ ସଦଳବଳେ ଘଟଣାସଳକୁ ତଦନ୍ତ କରିଥିଲା । ଘଟଣାସ୍ଥଳରୁ ମୃତ ଶରତଙ୍କ ଜୋତା, ଏକ ମଦ ବୋତଲ ଠିପି  ମୋବାଇଲ ଫୋନର ଇଅରକର୍ଡ଼କୁ ପୁଲିସ ଜବତ କରିଥିଲା । ରଞ୍ଜନ ହତ୍ୟାକରୀ ବୋଲି ସ୍ୱିକାର କରିବା ପରେ ପୁଲିସ ତାକୁ ନେଇ ଘଟଣାସ୍ଥଳେ କିପରି ହତ୍ୟା କରିଥିଲା ସେ ନେଇ ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ ପାଇ ପୂର୍ବ ଶତ୍ରୁତାରୁ ରଞ୍ଜନ ସୁଯୋଗ ଉଣ୍ଡାଳୁ ଥିଲା ।  ବୁଧବାର ରାତ୍ରିରେ ଶରତ ବରୁଣ୍ଡାଇ ବଜାରରୁ ଘରକୁ ବିଲ ବାଟେ ଆସୁଥିବା ବେଳେ ବରୁଣ୍ଡାଇରେ ବାଇକ ରଖି ରଞ୍ଜନ ତାର ପିଛା କରିଥିଲା । ବିଲ ମଝିରେ ଏକ ମଦ ବୋଲତ ଭାଙ୍ଗି ଶରତ ମୁହଁ, ପାଟି, ମୁଣ୍ଡ ଆଦି ସ୍ଥାନକୁ  ଆକ୍ରମଣ କରିଥିଲା । କ୍ଷତାକ୍ତ ହୋଇ ଶରତ ବିଲରେ ପଡିଯିବା ପରେ ସେ ତାର ତଣ୍ଟିଚିପି ହତ୍ୟା କରି ବରୁଣ୍ଡାଇରୁ ବାଇକରେ ଘରକୁ ଫେରିଥିଲା ।