ଯୁବତୀଙ୍କ ଅଶ୍ଳୀଳ ମେସେଜ ଭାଇରାଲ କରି ଯୁବକ ଗିରଫ 

ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଏହି ଥାନା ଅଂଚଳର ଜଣେ ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ଫଟୋ ଭାଇରାଲ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚଲାଣ କରିଛି । ସୂଚନା ମୁତାବକ କୁଆଖିଆ ଥାନା ନରସିଂହପୁର ଗ୍ରାମର ସନ୍ତୋଷ କୁମାର ସାହୁ (୩୧) ଧର୍ମଶାଳା ଥାନା ଅଂଚଳର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଉକ୍ତ ଯୁବତୀଙ୍କ ନାମରେ ଏକ ନକଲୀ ଫେସବୁକ୍ ଆଇଡି କରି ରାତିରେ ବିଭିନ୍ନ ପ୍ରକାର ଅଶ୍ଳିଳ ଲେଖା ପୋଷ୍ଟ କରୁଥିଲେ । ଯାହା ଫଳରେ ଯୁବତୀ ଜଣକ ବିନା କାରଣରେ ଅପମାନିତ ହେଉଥିଲେ । ଏହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଧର୍ମଶାଳା ପୁଲିସ ୭୭୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା । ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତ ଯୁବକକୁ ପୁଲିସ ଚଣ୍ଡିଖୋଲ କୋଟର୍କୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି ।