ହରିହର ସ୍ମାରକୀ ଫୁଟ୍ବଲ୍ ଚାନ୍ଦବାଲି-ପଦନପୁର ମଧ୍ୟରେ ଫାଇନାଲ୍
ରାଜକନିକା: ସତ୍ୟନାରାୟଣ କ୍ଲବ୍ ବାଘବୁଦା ଆନୁକୂଲ୍ୟରେ ଚାଲିଥିବା ୯ମ ବାର୍ଷିକ ହରିହର ସ୍ମାରକୀ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ୨ ଟି ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ଖେଳରେ ଏନ୍ଏସି ଚାନ୍ଦବାଲି ଏନ୍ଏନ୍ କ୍ଲବ ଗଂଜାକୁ ଭେଟିଥିଲା । ଏଥିରେ ଏନ୍ଏସି ଚାନ୍ଦବାଲି ଏନ୍ଏନ୍ କ୍ଲବ ଗଂଜାକୁ ୨-୧ ଟ୍ରାଇବ୍ରେକର ଗୋଲରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି । ଏହି ଖେଳରେ ଅତିଥିଭାବେ ବାଘବୁଦା ଉ.ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ତ୍ରିଲୋଚନ ଦାସ, ସମାଜସେବୀ ନିରୋଦ ଜେନା, ଏସ୍ଏନ୍ କଲେଜର ପ୍ରାଧ୍ୟାପକ ସଞ୍ଜୟ ମହାନ୍ତି ଓ ଶିକ୍ଷାବିତ୍ ରଙ୍ଗାଧର ବେହୁରା ପ୍ରମୁଖ ଯୋଗଦେଇ ବିଜେତା ଦଳର ସେକ ରହିମଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ ଖେଳ ପଦନପୁର ଫୁଟ୍ବଲ୍ କ୍ଲବ୍ ଆଳି ଓ ମତୋ ଫୁଟ୍ବଲ୍ କ୍ଲବ୍ ମତୋ ମଧ୍ୟରେ ହୋଇଥିଲା । ଏଥିରେ ପଦନପୁର ମତୋକୁ ୮-୭ ଟ୍ରାଇବ୍ରେକର ଗୋଲରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ଅତିଥି ଆଳି-କନିକା ଅବସର ପ୍ରାପ୍ତ ସୈନିକ ସଂଘ ସଭାପତି ଆନନ୍ଦ ଚନ୍ଦ୍ର ନାୟକ, ସମ୍ପାଦକ ଗଣେଶ୍ୱର ସାମଲ, ସଭ୍ୟ ଅକ୍ଷୟ ନାଥ ଓ ଦର୍ପ ନାରାୟଣ ରାଉତ ଏବଂ ସଞ୍ଜୟ ବାରିକ ପ୍ରମୁଖ ଯୋଗଦେଇ ବିଜେତା ଦଳର ଫୁ୍ରଖାନ ଖାଁ ଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ବିଶ୍ୱଜିତ ସାହୁ ଖେଳ ପରିଚାଳନା କରିଥିବାବେଳେ, ଶିବ ପ୍ରସାଦ ମଲ୍ଲିକ ଓ ଶରତ ଜେନା ଧାରା ବିବରଣୀ ଦେଇଥିଲେ ।