ଶିକ୍ଷା ସଚେତନତା ରଥର ପଦଯାତ୍ରା

 ବୈଶିଙ୍ଗା : ସମସ୍ତଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱାରୋପ ଭାବେ ଗ୍ରହଣ କରି ନୂଆ ବିଜେପି ସରକାର ସାରା ରାଜ୍ୟରେ ଶିକ୍ଷା ସଚେତନତା ରଥ ବୁଲାଇ ସଚେତନ କରୁଥିବାର ଦେଖାଯାଇଛି । ଏହି କ୍ରମରେ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସୁତାର ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ବିପ୍ଲବ କୁମାର କରଙ୍କ ସହଯୋଗରେ ଏକ ଶିକ୍ଷା ସଚେତନତା ରଥ ପ୍ରତି ବିଦ୍ୟାଳୟକୁ ଆସି ସଚେତନ କରୁଥିବା ଦେଖିବାକୁ ମିଳିଛି । ଏହି ରଥ  ରାଇକମା ଆଶ୍ରମ ସ୍କୁଲ ପହଞ୍ଚôବା ପରେ ସ୍କୁଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ପ୍ରଧାନ ଶିକ୍ଷକ ରଜତ କୁମାର ଦାଶ ଉପସ୍ଥିତ ରହି ବନ୍ଦାପନା କରିବା ସହିତ ଭବ୍ୟ ସ୍ୱାଗତ ଜଣାଇଥିଲେ । ପିଲାମାନେ ଶିକ୍ଷା ସଚେତନତା ପ୍ଲାକାର୍ଡ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ସ୍ୱାଗତ ଜଣାଇଥିଲେ ।