ଆଲୋକ ଖୋର୍ଦ୍ଧା ମଣ୍ଡଳର ନୂଆ ଡିଆରଏମ

 ଜଟଣୀ : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂତନ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ୧୯୯୮ ବ୍ୟାଚ୍ର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଚ୍ଏସ୍ ବାଜୱାଙ୍କଠାରୁ ଶ୍ରୀ ତ୍ରିପାଠି ଡିଆର୍ଏମ୍ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନିଯୁକ୍ତି ପୂର୍ବରୁ ଶ୍ରୀ ତ୍ରିପାଠୀ ନୂଆଦିଲ୍ଲୀର ରେଳବାଇ ବୋର୍ଡରେ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ବଳିଷ୍ଠ କ୍ୟାରିୟର ସହିତ ସେ ଭାରତୀୟ ରେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ଆଣିଛନ୍ତି । ଏତଦବ୍ୟତୀତ ନ୍ୟାସନାଲ ହାଇସ୍ପିଡ୍ ରେଳ କର୍ପୋରେସନ ଲିମିଟେଡରେ ଜେନେରାଲ ମ୍ୟାନେଜର ସମେତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟରେ ଡେପୁଟେସନ୍ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ପୂର୍ବ ଭୂମିକାରେ ସେ ଅହମ୍ମଦାବାଦରେ ସହାୟକ ଅପରେସନ୍ ମ୍ୟାନେଜର, ଭଦୋଦରାରେ ଡିଭିଜନାଲ୍ ଅପରେସନ୍ ମ୍ୟାନେଜର ଏବଂ ପଶ୍ଚିମ ରେଳବାଇରେ ଏରିଆ ମ୍ୟାନେଜର ମଧ୍ୟ ଥିଲେ ।