ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦ୍ଘାଟିତ
ବୁଗୁଡ଼ା : ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ବେତାରସିଙ୍ଗି ରୋଡ୍ଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଆରୋଗ୍ୟ ମନ୍ଦିରକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କେ. ନୀଳମାଧବ ଆଚାରୀ, ମେଡିକାଲ ଅଫିସର ସ୍ୱାତୀ ପ୍ରଧାନ, ବିଏଏମ୍ ସଞ୍ଜୟ ବିଷୋୟୀଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।