ଆସୁନାହାଁନ୍ତି ଡାକ୍ତର :୧୫ବର୍ଷ ହେଲା ଅଚଳ ଏକତଳା ପ୍ରାଣୀ ସହାୟକ କେନ୍ଦ୍ର
କୁଆଖିଆ : ସରକାର ପଶୁ ସମ୍ପଦର ସୁରକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଦେଖାଦେଇଛି । ରସୁଲପୁର ବ୍ଲକର ଗନ୍ଧଣ ପଂଚାୟତ ଏକତଳା ଗ୍ରାମରେ ୨୦୧୧ ମସିହାରେ ନିର୍ମାଣ ହୋଇଥିବା ପ୍ରାଣୀ ସହାୟକ କେନ୍ଦ୍ରଟି ଏବେ ଭୂତକୋଠିରେ ପରିଣତ ହୋଇଛି । ଜଣାଯାଏ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ବରାଦରେ ନିର୍ମିତ କେନ୍ଦ୍ରଟି ବିଗତ ୨୦୧୨ନଭେମ୍ବର ୩ ତାରିଖରେ ତକôାଳୀନ ବିଧାୟକ ପ୍ରୀତିରଂଜନ ଘଡାଇଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । କିନ୍ତୁ ସ୍ୱଳ୍ପ କିଛି ଦିନ ଚାଲିବା ପରେ ବିଭାଗୀୟ ଡାକ୍ତର ସେଠାକୁ ଯାଇନଥିଲେ । ଯାହା ଫଳରେ ଲୋକମାନେ ନିଜ ଗୃହପାଳିତ ପଶୁମାନଙ୍କ ସେବା ପାଇଁ ମଧୁବନ ପ୍ରାଣୀ ଚିକିତ୍ସାଳୟକୁ ଯିବାକୁ ପଡୁଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ କେନ୍ଦ୍ରଟି ହେବା ପରଠୁ ସେମାନଙ୍କ ଗୋରୁଗାଈଙ୍କୁ କେବେ ସେବା ମିଳେନାହିଁ, କି ଡାକ୍ତର ଆସିବା ଦେଖି ନାହାଁନ୍ତି । ତେବେ କେନ୍ଦ୍ରଟିରେ ଜଣେ ନିୟମିତ ଡାକ୍ତର ନିଯୁକ୍ତି ଦେଲେ ପଞ୍ଚାୟତବାସୀ ଉପକୃତ ହେବେ ବୋଲି କୁହାଯାଉଛି ।