ସିଆରପିଙ୍କ ଘରୁ ଚୋରି

 ଧର୍ମଶାଳା : ଏହି ଥାନା ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ସିଆରପିଙ୍କ ଘରୁ ଦିନ ଦି ପହର ସମୟରେ ଘର ଗ୍ରିଲ ଭାଙ୍ଗି ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । 
ସୂଚନା ମୁତାବକ ଉତରପ୍ରତାପ ପଂଚାୟତର ସସ୍ମିତା ଭଦ୍ର କିଛି ଦିନ ହେବ ମିଶନ ଶକ୍ତିର ସିଆରପି ହୋଇଥିବା ବେଳେ ପଂଚାୟତର ଏମବିକେ ନଥିବା କାରଣରୁ ସେ ଏବେ ତାଙ୍କ ଦାୟିତ୍ୱରେ ଅଛନ୍ତି । ଗାଁରେ ନିର୍ମାଣ ହୋଇଥିବା ନୂତନ ଘରେ ସେ ଏକାକି ରହୁଥିବା ବେଳେ ସୋମବାର ପୂର୍ବାହ୍ନରେ ସେ  ଘର ଗ୍ରିଲ୍ରେ ଚାବି ପକାଇ ଅଫିସ କାର୍ଯ୍ୟରେ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରେ ଥିବା ସମୟରେ ଗାଁର ପୁରୁଣା ଘରେ ରହୁଥିବା ତାଙ୍କ ଶ୍ୱଶୁର ଆସି ଦେଖନ୍ତିତ ନୂତନ ଘରର ଗ୍ରୀଲ କେହି ଭଙ୍ଗି ସବୁ କିଛି ଲୁଟପାଟ କରି ଫେରାର ହୋଇଯାଇଛି । ଏନେଇ ତାଙ୍କ ଶଶୁର ସସ୍ମିତାଙ୍କୁ ଖବର ଦେବା ପରେ ସେ ଆସି ଦେଖନ୍ତିତ ସେ ଘର ଆଲମିରାରରେ ରଖିଥିବା ୩୦ହଜାର ଟଙ୍କା ଓ ୩ ଭରି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଜାଣିଥିଲେ । ଏନେଇ ସସ୍ମିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୨୧/୨୫ରେ ଏକ ମାମଲା ରୁଜୁ କରି ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛି ।