ସ୍ୱଚ୍ଛ ଭାରତ ମିଶନକୁ ଉପହାସ କରୁଛି ରାଂସୋଳ ପଞ୍ଚାୟତ 

 କାଳିଆପାଣି : ଭାରତ ସରକାରଙ୍କ ଦ୍ୱାରା ସମଗ୍ର ଭାରତ ବର୍ଷରେ ସ୍ୱଛ ଭାରତ ମିଶନ ଅଭିଯାନ ଅତି ଜୋରସୋରରେ ଚଳାଇଛନ୍ତି । ସହର ବଜାର ଠୁ ଆରମ୍ଭ କରି ଗାଁ ଗଣ୍ଡା ଏବଂ ହାଟ ଇତ୍ୟାଦି ସ୍ଥାନରେ ଏହାର ବଡବଡ ହୋଡିଂ ଦେଖିବାକୁ ମିଳୁଛି । ଏଥିପାଇଁ ସରକାରୀ ସ୍ଥରରେ କୋଟିକୋଟି ଟଙ୍କା ନିନିଯୋଗ କରାଯାଉଅଛି । ହେଲେ ଏହାର ଏକ ବିପରୀତ ଛବି ଦେଖିବାକୁ ମିଳିଛି କାଳିଆପାଣି ଏବଂ ରାଁସୋଳ ପଞ୍ଚାୟତ ସୀମାବର୍ତୀ ସାପ୍ତାହିକ ହାଟ ପଡିଆ ନିକଟରେ । ହାଟ ପଡିଆ କଡରେ ନିର୍ମିତ ଯାତ୍ରୀ ଆଶ୍ରୟ ସ୍ଥଳର କାନ୍ଥରେ ଲେଖା ଯାଇଛି ସ୍ୱଛ ଭାରତ ମିଶନ ଭାରତ ସରକାର । କିନ୍ତୁ ଠିକ ସେଇ ଲେଖା ତଳେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବାର ଦେଖିବାକୁ ଆସିଛି । ସତେ ଯେମିତି ଲାଗୁଛି ଏହା ସ୍ୱଚ୍ଛ ଭାରତ ମିଶନକୁ ପରିହାସ କରୁଛି । ସୁକିନ୍ଦା ରାଜସ୍ୱ ବିଭାଗ ଅଧିନରେ ଆସୁଥିବା ଉକ୍ତ ଘରଟି ଯାତ୍ରୀଙ୍କ ନିମନ୍ତେ ନିର୍ମାଣ ହୋଇଛି ସତ ହେଲେ ଏଠାରେ କୌଣସି ଯାତ୍ରୀଙ୍କ ବସିବା ତ ଦୂରର କଥା ଏଠାରେ ପଶୁପକ୍ଷୀ ଏବଂ ଘୁଷୁରୀ  ବି ଚରାଚର କରିପାରିବେ ନାହିଁ । କୁଢ଼ କୁଢ଼ ଅଳିଆ ପଚି ସଢ଼ି ପରିବେଶକୁ ଦୂଷିତ କରି ଚାଲିଛି ହେଲେ ଲକ୍ଷଲକ୍ଷ୍ ଟଙ୍କାର ନିଲାମ ହେଉଥିବା ଅର୍ଥ ରାଜକୋଷରେ ପରିମାଣ ବୃଦ୍ଧି କରୁଛି କେବଳ ବିଭାଗୀୟ ଅଧିକାରୀ କେବେ ଏଅଂଚଳକୁ ବା ହାଟ ବଜାରକୁ ଆସି ସ୍ଥିତି ପରଖିବାର ନଜିର ଦେଖିବାକୁ ମିଳିନାହିଁ । ତେଣୁ ସ୍ୱଚ୍ଛ ଭାରତ ମିଶନ ଏଠାରେ ବାଟବଣା ହେବାର ଉଦାହରଣ ଦେଇଛି ।