ସ୍ପେଶାଲ ଓଟିଇଟି ପରୀକ୍ଷା ଶେଷ
ଯାଜପୁର : ମାଧ୍ୟମିକ ଶିକ୍ଷା ପରିଷଦ ଆୟୋଜିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବୁଲ ଟେଷ୍ଟ ଯାଜପୁର ଜିଲ୍ଲାର ୮ଗୋଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳାର ସହ ସମାପ୍ତ ହୋଇଛି । ଯାଜପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ଜିଲ୍ଲା ସ୍କୁଲ, ବିରଜା ହାଇସ୍କୁଲ, ମୁ୍ୟନିସିପାଲ ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ବୈଷ୍ଣବଦତ୍ତ ହାଇସ୍କୁଲ, ହରିସାମନ୍ତ ହାଇସ୍କୁଲ, ସରସ୍ୱତୀ ବିଦ୍ୟାମନ୍ଦିର ଓ ଉପେନ୍ଦ୍ର କୁମାର ହାଇସ୍କୁଲରେ ପରୀକ୍ଷା କେନ୍ଦ୍ରମାନ ହୋଇଥିଲା । ଉକ୍ତ ସ୍କୁଲ ଗୁଡ଼ିକ ମଧ୍ୟରୁ କେବଳ ୪ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ସିଟିଙ୍ଗରେ ପ୍ରଥମ ପତ୍ର ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱିତୀୟ ସିଟିଙ୍ଗରେ ଦ୍ୱିତୀୟ ପତ୍ରର ପରୀକ୍ଷା ହୋଇଥିଲା । ପ୍ରଥମ ପତ୍ରରେ୯୭୭ଜଣ ଆଶାୟୀ ଥିଲାବେଳେ ୫୪ଜଣ ଅନୁପସ୍ଥିତ ଥିଲେ ।
ସେହିପରି ଦି୍ୱତୀୟ ପତ୍ରରେ ୧୬୦୦ଜଣ ଆଶାୟୀ ଥିଲାବେଳେ ୫୩ ଜଣ ଅନୁପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଆରକ୍ଷୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ସଦର ଆଇଆଇସି, ଅତିରିକ୍ତ ତହସିଲଦାର, ଜିଲ୍ଲା ସ୍ପୋର୍ଟ୍ସ ଅଫିସର, ଜିଲ୍ଲା ଶିକ୍ଷାଧିକାରୀ, ଦୁଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ସମସ୍ତ ମଣ୍ଡଳ ଶିକ୍ଷାଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିଲେ । ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀମାନଙ୍କରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା ଦେଇଥିଲେ । ୮ଟି କେନ୍ଦ୍ରରେ ୮ଜଣ କେନ୍ଦ୍ର ନିରୀକ୍ଷକଙ୍କ ସହ ୮ଜଣ ଅବଜରଭର ନିଯୁକ୍ତି ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଓ ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷା ଶୃଙ୍ଖଳା ତଦାରଖ କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନଙ୍କୁ ସମୟାନୁକ୍ରମେ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିଲା ।