ବ୍ଲକ୍ରେ ଆଇନ୍ ସଚେତନତା ସଭା 

 ବିଞ୍ଝାରପୁର :  ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶ କ୍ରମେ ବିଞ୍ଝାରପୁର ବ୍ଲକ ପ୍ରଶିକ୍ଷଣ ଗୃହରେ ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆଲୋଚକ ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼.ହିମାଂଶୁ ସାମଲ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିବିଧ କଲ୍ୟାଣକାରୀ ଯୋଜନା ତାର ଉପଭୋକ୍ତା ଚୟନ ପ୍ରକ୍ରିୟା,ଏହାକୁ କ୍ରିୟାଶୀଳ କରିବାର ବ୍ୟବସ୍ଥା, ସଂଶୟ ବା ଅଭିଯୋଗ ଉପୁଜିଲେ ତାର ସମାଧାନର ସୂତ୍ର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏଦିଗରେ ତ୍ରିସ୍ତରୀୟ ପଂଚାୟତରାଜ ଅନୁଷ୍ଠାନର ଦାୟିତ୍ୱ ସମ୍ବନ୍ଧରେ ମଧ୍ୟ ଅବଗତ କରାଇଥିଲେ । ବ୍ଲକ୍ ଉପାଧ୍ୟକ୍ଷ ସେକ୍ ଇଦ୍ରିସ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ପୃଷ୍ଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଚେତନତା ସଭାରେ ଏସ୍ଏଚ୍ଜି ଗ୍ରୁପ୍, ଏମ୍ବିକେ, ଅଙ୍ଗନବାଡି କର୍ମକର୍ତା, ବ୍ଲକ୍ କର୍ମଚାରୀ ଏବଂ ପଂଚାୟତ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।