ସାଂସଦଙ୍କ ଗୋଡ ଧରି ମଦ ବେପାରୀ ଛାଡ ପାଇଲେ 

 ନୀଳଗିରୀ : ନୀଳଗିରୀ ଥାନା ଅଧିନ ଗୋପୀନାଥପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଗୋପୀନାଥପୁର ଶାସନରେ ମେଳନ ଉସôବ ପାଇଁ ଯାତ୍ରା ହେଉଥିବା ବେଳେ ବିଭିନ୍ନ ଦୋକାନ ପଡିଥିଲା । ସେହି ଗ୍ରାମର ପାଗୁଲୁ ମହାରଣା ପୁଅ ଅଜୟ ମହୁଲି ମଦ ବିକ୍ରି କରିବା ପାଇଁ ଆସିଥିବା ବେଳେ ଏହା ଦେଖି ପ୍ରତାପ ଷଡ଼ଙ୍ଗୀଙ୍କ ଭଣଜା ବାପୁ ବିରୋଧ କରିଥିଲା । ହେଲେ ବେପାରୀ ଜଣକ ପାଲଟା ନାଲି ଆଖି ଦେଖାଇ ତାଙ୍କର ହାତ ମୋଡି ଦେଇଥିଲା । ପରେ ପୁଲିସରେ ଅଭିଯୋଗ ପରେ ଘଟଣାସ୍ଥଳକୁ ଯାଇ ପୁଲିସ ପହଞ୍ଚିବା ବେଳକୁ  ବେପାରୀ ସେଠାରୁ ଚମ୍ପଟ ମାରିଥିଲା । ତେବେ ଆଜି ବେପାରୀ ଜଣକ ତାଙ୍କ ବାପାଙ୍କ ସହ ଆସି ସାଂସଦଙ୍କ ଗୋଡ଼ ଧରି ଭୁଲ ମାଗିଥିବା ବେଳେ ଆଉ ଏଭଳି ମଦ ବିକ୍ରି କରିବ ନାହିଁ ବୋଲି ଲିଖିତ ଭାବେ ଦେଇଥିଲ । ପରେ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ ।