"ଇକୋ' କ୍ଲବ୍ ଦିବସରେ ବୃକ୍ଷରୋପଣ
ଜଟଣୀ: ସ୍ଥାନୀୟ ବଅଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ "ଇକୋ’ କ୍ଲବ୍ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସ୍କୁଲସ୍ତରୀୟ ବିଜ୍ଞାନ ଏବଂ ଗଣିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବ ହୋଇଛି । ନିମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ ସଂଗୀତ ମାଧ୍ୟମରେ ଫୁଲ, ଚନ୍ଦନ ଦେଇ ଛାତ୍ରଛାତ୍ରୀ ତଥା ସ୍କୁଲ ପ୍ରଧାନଶିକ୍ଷକ ବାଲାନିଧି ସାହୁ ଏବଂ ସହାୟିକା ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର ସ୍ୱାଗତ ଜଣାଇଥିଲେ । ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କ୍ଷେତ୍ରରେ ଗଛର ମହତ୍ୱ ବିଷୟରେ ସଚେତନତା ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ପୁରୀ ଜିଲ୍ଲା ନିମାପଡାର ସମାଜ ସହଯୋଗୀ ନିଦେ୍ର୍ଧଶକ ଚିତ୍ରସେନ ନିଶଙ୍କ, ସମାଜସେବୀ ମିଟୁ କୋଦାମ ସିଂହ, ସର୍ବପଲ୍ଲୀ ନୋଡାଲ ବିଦ୍ୟାଳୟର ୱାର୍ଡ ମେମ୍ବର ରବୀନ୍ଦ୍ର ସେଠି, ସମାଜସେବୀ କେଦାର ମହାକୁଡ଼, ବଅଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ ଅଧ୍ୟକ୍ଷ ଇଭା ସେଠି, ସମାଜସେବୀ ଶରତ ଚମ୍ପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ ଜଟଣୀର "ସୂର୍ଯ୍ୟପ୍ରଭା' ସମ୍ବାଦ ଦାତା ଦେବପ୍ରସାଦ ଦାଶ, ବିଶ୍ୱବାଣୀ ସମ୍ବାଦ ଦାତା ନୀଳାମ୍ବର ମିଶ୍ର, ନିତିଦିନ ସମ୍ବାଦ ଦାତା ରଙ୍ଗନାଥ ବେହେରା ଏବଂ ବଡ ଖବର ସମ୍ବାଦ ଦାତା ବିଭୁତି ଭୂଷଣ ମହାନ୍ତି ପ୍ରମ୍ମୁଖଙ୍କୁ ସମ୍ମାନ ପ୍ରଦାନ କରିଥିଲେ । ଶେଷରେ ଇକୋ କ୍ଲବ୍ ଦିବସରେ ସ୍କୁଲ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।