ଇଣ୍ଟିଗ୍ରେଟେଡ ପ୍ରବେଶିକା ଟପ୍ପରଙ୍କୁ କ୍ୟାସ୍ ଆୱାର୍ଡ ପ୍ରଦାନ

 ବ୍ୟାସନଗର: ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ଇଣ୍ଟିଗ୍ରେଟେଡ ପ୍ରବେଶିକା ଟପ୍ପରଙ୍କୁ କ୍ୟାସ୍ ଆୱାର୍ଡÿ ପ୍ରଦାନ କରାଯାଇଛି । ବିଦ୍ୟାଳୟ ଖେଳ ପଡିଆରେ ଅତିଥି ଅର୍ଜୁନ ପୁରସ୍କାର ପ୍ରାପ୍ତ ଅମରେନ୍ଦ୍ର ରାଉତ, ଶିଶୁରୋଗ ବିଶେଷଜ୍ଞ ଡ. ପ୍ରସନ୍ନ କୁମାର ସାହୁ, ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ-ପ୍ରଧାନାଚାର୍ଯ୍ୟ ଆର.ଏନ.ରୟତ ସିଂ ,ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ସି ସି ଏ ପରିଚାଳକ ବଲବୀର ସିଂ ଇଣ୍ଟିଗ୍ରେଟେଡ ପ୍ରବେଶ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ରଛାତ୍ରୀଙ୍କୁ କ୍ୟାସ୍ ଆୱାର୍ଡÿ ସହ ସନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିଲେ ସପ୍ତମ ଶ୍ରେଣୀ ପ୍ରଥମ ସ୍ଥାନରେ ହଭିଶ ମହାରଣା, ଦ୍ୱିତୀୟ ସ୍ଥାନରେ ପ୍ରବୀର ବାରିକ, ତୃତୀୟ ସ୍ଥାନରେ ବୈଭବ ପାଲ । ଅଷ୍ଟମ ଶ୍ରେଣୀ ପ୍ରଥମ ସ୍ଥାନରେ ଆଦ୍ୟା ବତ୍ସ, ଦ୍ୱିତୀୟ ସ୍ଥାନରେ ଦିତ୍ୟା ଅଗ୍ରୱାଲ, ତୃତୀୟ ସ୍ଥାନରେ ଶୁଭମ୍ ଶିବଦତ ଦାଶ । ନବମ ଶ୍ରେଣୀ ପ୍ରଥମ ସ୍ଥାନରେ ଶ୍ରେଷ୍ଠା ରାଉତରାୟ, ଦ୍ୱିତୀୟ ସ୍ଥାନରେ ଦୁ୍ୟତି ଘୋଷ, ତୃତୀୟ ସ୍ଥାନରେ କୀର୍ତି ଶାସ୍ୱତି । ଶେଷରେ ଉପ-ପ୍ରଧାନାଚାର୍ଯ୍ୟ ଆରଏନରୟତ ସିଂ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।