କଳାକାର ଓଡ଼ିଶାର ବାର୍ଷିକୋତ୍ସବ
ବାଲିଚନ୍ଦ୍ରପୁର: କଳାକାର ଓଡିÿଶାର ୩୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଅରକ୍ଷିତ ଦାସଙ୍କ ମହା ସମାଧି ଦିବସ ସ୍ମୃତିରେକଳାକାର ଓଡ଼ିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସାଧୁ, ସନ୍ଥ, କବି, କଳାକାର ମହାସମାବେଶ, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଓଳାଶୁଣି ପାହାଡ଼ ଶିଖରରେ ଶିକ୍ଷାବିତ୍ କବି ସତ୍ୟବ୍ରତ ପୁହାଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନକୁ ପ୍ରାତଃ ସମୟରେ ଓଳାଶୁଣି ମଠର ମହନ୍ତ ଡଃ ନାମାନନ୍ଦ ଦାସ ଉଦଘାଟନ କରିଥିଲେ । ଅତିଥି ଭାବେ ବିଶିଷ୍ଟ ସାରସ୍ୱତ ସାଧକ ଡଃ ଅଦୈତ କୁମାର ପାତ୍ର, ସାହିତିକ ଡଃ ହରେକୃଷ୍ଣ ପତି, ସାରସ୍ୱତ ସାଧକ ଅନ୍ତର୍ଯ୍ୟାମୀ ବାରିକ, କବି ରତିକାନ୍ତ ସାମଲ ପ୍ରବଚକ ତ୍ରୀଲୋଚନ ଭଞ୍ଜ, ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଅଲେଖ ପ୍ରସାଦ ଦାଶ, ଦିପକ ଚକ୍ରବର୍ତୀ, କବି ହେମାଙ୍ଗିନି ପଟ୍ଟନାୟକ, କବି ଲକ୍ଷ୍ମୀପ୍ରିୟା ମାଇତି, ମଞ୍ଚ ତାରକା କୃଷ୍ଣଚନ୍ଦ୍ର ବାରିକ, ଅଭିନେତା ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ଯୋଗଦେଇ ଉକôଳୀୟ କଳା, ସଂସ୍କୃତି ସମାଜସେବା ଓ ସନ୍ଥ ଅରକ୍ଷିତଙ୍କ ଜୀବନାଦର୍ଶର ଆଧ୍ୟାତ୍ମିକ ଦିଗ ଉପରେ ଆଲୋଚନା କରିଥିଲେ ।
ଅଧିବକ୍ତା ନୀଳମାଧବ ସାମଲ ସ୍ୱାଗତ ଭାଷଣ, କବି ଲବଙ୍ଗଳତା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକୀୟ ବିବରଣୀ କବି ହିମାଂଶୁ ଭୁଷଣ ଜେନା ଓ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ରଣଜିତ ସାହୁ । ଦ୍ୱିତୀୟ ଅଧିବେଶନକୁ ନଙ୍ଗୁଳି ମଠର ମଠାଧିଶ ବାବା ପର୍ଶୁରାମ ଦାସ ଉଦ୍ଘାଟନ କରିଥିଲେ । ଅଧିବେଶନରେ ଅତିଥି ବାବା ସୁଧାକର ଦାସ, ଅଧିବକ୍ତା ପ୍ରଦିପ କୁମାର ଦାଶ, ବିଜୟଲକ୍ଷ୍ମୀ ମହାପାତ୍ର ପ୍ରବଚକ ବାବା ଜଳଧର ଦାସ, ସାହିତି୍ୟକ ଆନନ୍ଦ କୁମାର ମାଇତି, ବଟକୃଷ୍ଣ ଓଝା, କବି କୈଳାସ ଚନ୍ଦ୍ର ବେହେରା, ଅଭିନେତା ସୁମନ୍ତ ନାଏକ ଖଲନାଏକ ବାପୁ ଦାସ ଇଂ ମହାରଣା, ବିଶିଷ୍ଟ ସାରସ୍ୱତ ସାଧକ ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କଳାକାର ଓଡିଶାର ଏହି ୨୪ଘଣ୍ଟିଆ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ, କବି, କଳାକାର ମାନଙ୍କୁ ମାନପତ୍ର ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମକୁ ପରିଚାଳନାରେ ଅମରେନ୍ଦ୍ର ସିଂହ, ଏକାଦଶୀ ସେଠୀ, ଦେବବ୍ରତ ପୁହାଣ, ପ୍ରଦୀପ୍ତ ମହାରଣା, ଦେବେନ୍ଦ୍ର ପାତ୍ର, କବି ମୋନାଲିସା ସଂ, କବି ସୁବାସ ଚନ୍ଦ୍ର ଭୁୟାଁ, ଅରକ୍ଷିତ ବାରିକ, ଶୁଭ୍ରଜିତ ରାଉତରାୟ, ମଞ୍ଚ ତାରକା ସଞ୍ଜୟ କୁମାର ଖୁଣ୍ଟିଆ, ଇଂ ସୌମ୍ୟକାନ୍ତ ଜେନା, ଇଂ ହିତେଶ କୁମାର ମିଶ୍ର, କବି ବନମାଳି ବେହେରା, ମକରଧ୍ୱଜ ଜେନା, ପଞ୍ଚାନନ ବାରିକ, ଭଜକିଶୋର ମଲ୍ଲିକ, ଦୁର୍ଯେ୍ୟାଧନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।