ଜେନାପୁର-ଯାବରା ବ୍ରାହ୍ମଣୀ ବ୍ରିଜ ବିପଦପୂର୍ଣ୍ଣ
କବାଟବନ୍ଧ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ବିଛିନ୍ନାଞ୍ଚଳକୁ ଯୋଗା ଯୋଗ କରିବା ପାଇଁ ସେତୁ ସଂଯୋଗ କରିଛନ୍ତି । ହେଲେ ରକ୍ଷଣାବେକ୍ଷଣ ପାଇଁ ସଠିକ୍ ସମୟରେ ମରାମତି କରିବାକୁ ବିଭାଗ ଆନ୍ତରିକତା ଦେଖାଉ ନଥିବାରୁ ସଂଯୋଗ ସେତୁ ଶୋଚନୀୟ ହୋଇପଡୁଛି । ଯାହାକି ଛୋଟ ସମସ୍ୟା ପାଇଁ ବିରାଟ ସମସ୍ୟା ସୃଷ୍ଟି ହେଉଛି । ଉଦାହରଣ ଭାବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର-ଯାବରା ବ୍ରିଜକୁ ନିଆଯାଇପାରେ । ଏହି ବ୍ରିଜଟି ପୂର୍ତ୍ତବିଭାଗ ଅଧୀନରେ ରହିଛି । ଯାହାକ ବ୍ରିଜ ଦୁଇ ଗୋଟି ବ୍ଲକକୁ ସଂଯୋଗ କରୁଛି । ବ୍ରିଜ ଉପରେ ଯାତାୟାତ କରିବା ବିପଦପୂର୍ଣ୍ଣ ରହିଛି । ଯାହାକୁ ନେଇ ଯିବାଆସିବା କରିବାକୁ ଲୋକ ମାନେ ଭୟ କରୁଛନ୍ତି । ବ୍ରିଜର ଅନେକ ସ୍ଥାନରେ ଗୋଡି ଉଠି ଖାଲଖମା ସୃଷ୍ଟି ହେଇଛି । ଦୀର୍ଘ ଦିନ ହେଲା ବ୍ରିଜ ଜଏଣ୍ଟ ଉପରେ ଢଳାଇ ଉଠି ରଡ଼ ସବୁ ଦେଖାଯାଉଛି । ବ୍ରିଜ ଛାତରେ ବିଛା ଯାଇଥିବା ରଡ଼ ମାନ ଉପରକୁ ଉଠି ରହିଛି । ଗାଡ଼ି ଚଳାଚଳ ହେବା ଦ୍ୱାରା ଛୋଟ ଛୋଟ ଗାଡ଼ ଧିରେଧିରେ ବଡ ଖାଲ ସୃଷ୍ଟି ହୋଇଛି । ବାଇକ, କାର ଚଳାଚଳ ମଧ୍ୟରେ ଖାଲଦେଖା ଯାଉନାହିଁ । ଯାହାକି ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ବ୍ରିଜର ଦୁଇ ପାର୍ଶ୍ୱରେ ବାଲି, ଗୋଡି ଜମା ହେଇରହିଛି । ଯାହା ମାସ ମାସ ଧରି ପରିଷ୍କାର କରାଯାଉନାହିଁ । ରାସ୍ତାରେ ପଥଚାରୀ ବିପଦପୂର୍ଣ୍ଣ ସହିତ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ଯାହା କେତେବେଳେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ବ୍ରିଜର ସ୍ଥାୟୀତ୍ୱକୁ ନେଇ ମଧ୍ୟ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ବ୍ରିଜର ଦୁଇ ସାଇଟରେ ଦିଆଯାଇଥିବା ଲୁହା ଭାଡ଼ା ରକ୍ଷାଣବେକ୍ଷଣ ଅଭାବରୁ ଭାଙ୍ଗି ତଳେ ଗଳି ପଡିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ନଜର ପଡ଼ୁନି । ମରାମତି ସହିତ ବ୍ରିଜଉପର ପରିଷ୍କାର କରାଯିବାକୁ ସାଧାରଣରେ ଦାବି ହେଉଛି ।