‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ୩ ବର୍ଷର ଶିଶୁ 

 ଗୋଲାମୁଣ୍ଡା : ସ୍କୁଲ ବାରଣ୍ଡା ମାଡି ନ ଥିବା କୁନି ପୁଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଯେଉଁ ବୟସରେ କଥା କହୁ କହୁ ପାଟି ଲାଗିଯାଏ, ସେହି ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ, ଇଂରାଜୀରେ ପଶୁ, ପକ୍ଷୀ, ଫୁଲ ଫଳ, ମନ୍ତ୍ର, ଶ୍ଲୋକ ଆଦି ମନେ ରଖି ନିର୍ଭୁଲ ଭାବରେ କହି ନିଜର ଚମକôାର ପ୍ରତିଭାକୁ ପ୍ରକାଶ କରିଛନ୍ତି । ଏହି କୁନି ପୁଅର ନାଁ ହେଉଛି ତନୁଶ ଶେଖର ନାଏକ । ବୟସ ୩ ବର୍ଷ । ବାପା ଟିକେ ନାଏକ ଓ ମାଆ ମଞ୍ଜୁଲତା ନାଏକ ।  ଗାଁ ପରାଶରା ବ୍ଲକ ବୋଡ଼େନ ଜିଲ୍ଲା ନୂଆପଡା । ବର୍ତ୍ତମାନ ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ ଚାକିରୀ କରୁଛନ୍ତି । ପୁଅର ଏହି ଚମକôାର ପ୍ରତିଭା ପାଇଁ ନିଜ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହିତ ପୁଅର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମା’ ମଞ୍ଜୁଲତା ନାଏକ ପ୍ରତିଦିନ ପୁଅକୁ ଗୀତ ଗପପାଠ କହୁଥିବାବେଳେ ପୁଅ ତାକୁ ସଙ୍ଗେ ସଙ୍ଗେ ମନେ ରଖି ଦେଉଥିବାରୁ ପରିବାର ଲୋକେ ଏହି ବିଚକ୍ଷଣ ସ୍ମରଣ ଶକ୍ତିକୁ ଜାଣି ପାରି ଆହୁରି ଅଧିକ ଧ୍ୟାନ ଦେବା ଫଳରେ ବର୍ତ୍ତମାନ ଯେ କୌଣସି ପାଠକୁ ମଧ୍ୟ ମନେ ରଖି ଦେଉଛି ବୋଲି ପରିବାର ଲୋକେ ଖୁସି ବ୍ୟକ୍ତ କରିଥିଲେ ।