କୁଶୁପଙ୍ଗି ନାଟ୍ୟମଞ୍ଚ ଉତ୍ସବ
ବାଙ୍କୀ: ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗି ଗ୍ରାମରେ କୁଶୁପଙ୍ଗି ନାଟ୍ୟ ମଞ୍ଚ ଆନୁକୂଲ୍ୟରେ ୨ଦିନିଆ ଯାତ୍ରା ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଦିନରେ ପୋ÷ରାଣିକ ଓ ଦ୍ୱିତୀୟ ଦିନରେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଉଦ୍ଘାଟନୀ ଦିବସରେ କୁଶୁପଙ୍ଗି ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଗୀତିନାଟ୍ୟ କର୍ଣ୍ଣବଧ ପରିବେଷଣ କରାଯାଇଥିଲା । ଉଦ୍ଘାଟନ ଉତ୍ସବରେ ବାଙ୍କୀର ପୂର୍ବତନ ନଗରପାଳ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର , ଭବାନୀ ପ୍ରସାଦ ଧଳ ସାମନ୍ତ, ଯୁବ ଶୀଳ୍ପଦ୍ୟୋଗୀ ପ୍ରବୋଦ କୁମାର ଜେନା, ନାଟ୍ୟ ସଂସଦ ସଂପାଦକ ବିଭୂପ୍ରସାଦ ନାୟକ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ରାମଲୀଳା କଳାକାର ଶୁଭମ୍ ଦାସ, ଶ୍ରେଷ୍ଠ ରାବଣ ରମେଶ ଚନ୍ଦ୍ର ସାହୁ, କିଶୋର ଅମୃତ ସୁବୁଦ୍ଧିରାୟ ଓ ବସନ୍ତ ବେଉରାଙ୍କୁ ସମ୍ମାନିତ କରାଯାଇଥିଲା । ନାଟ୍ୟମଞ୍ଚର ଉଦ୍ୟାପନୀ ଉତ୍ସବରେ ବିଜ୍ଞାନ ଶିକ୍ଷକ ମୁରଲୀଧର ମହାରଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ ଲକ୍ଷ୍ମୀଧର ବେଉରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନାଟ୍ୟ ମଞ୍ଚ ପ୍ରତିଷ୍ଠାତା ଡକ୍ଟର ସ୍ମୃତିତିରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିବାବେଳେ ସଭାପତି ସୋ÷ମ୍ୟରଞ୍ଜନ ବେଉରା ଅଧ୍ୟକ୍ଷତା କରିଥିଲେ । ଶେଷ ଦିନରେ ନାଟ୍ୟମଞ୍ଚର କଳାକାରମାନଙ୍କ ଦ୍ୱାରା ସାମାଜିକ ନାଟକ ‘କେତେ ଦୁଃଖ ଦେବୁ କହ ଦଇବ’ ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ଯୋଗ ଶିକ୍ଷକ ତେଜସ୍ୱନୀ ଲେଙ୍କା, ଯୁବକବି ସମୀର କୁମାର ବେଉରା, ପ୍ରଧ୍ୟାପକ ଡକ୍ଟର ବିଭୂପ୍ରସାଦ ମହାପାତ୍ର, ସାମ୍ବାଦିକ ମନୋଜ ଦଳେଇ, ଅଶୋକ କୁମାର ରଣା, ନାଟ୍ୟ ନିଦେ୍ର୍ଦଶକ ବେଣୁଧର ସ୍ୱାଇଁ, ଚନ୍ଦ୍ରମଣି ଲେଙ୍କାଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।