ଏମ୍ସିଏଲ୍ ପକ୍ଷରୁ ୭ ସ୍କୁଲରେ ହାଇମାଷ୍ଟ୍ ଲାଇଟ ପ୍ରକଳ୍ପ 

 ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ ପକ୍ଷରୁ ଭଦ୍ରକ ଜିଲ୍ଲାର ୯ଟି ସରକାରୀ ସ୍କୁଲରେ ସୌରଚାଳିତ ହାଇମାଷ୍ଟ ଏଲ୍ଇଡି ଲାଇଟ୍ ସଂଯୋଗ କରାଯିବ । ଏଥିପାଇଁ କମ୍ପାନୀ ସିଏସ୍ଆର୍ ଯୋଜନା ଜରିଆରେ ୬୦ ଲକ୍ଷ ଟଙ୍କା ମୁଞ୍ଜୁର ହୋଇଛିି । ସୌରଚାଳିତ ଏଲ୍ଇଡି ଲାଇଟଗୁଡ଼ିକ ଭଦ୍ରକ ଜିଲ୍ଲାର ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟରେ ଲଗାଯିବ । ଯଦ୍ୱାରା ଏହି ବିଦ୍ୟାଳୟମାନଙ୍କରେ ସ୍ଥାୟୀ ବିଜୁଳି ଆଲୁଅ ବ୍ୟବସ୍ଥା ହେବା ସହିତ ସୁରକ୍ଷାକୁ ସହାୟକ ହେବ । ଏଥିପାଇଁ ଏମ୍ସିଏଲ୍ ପକ୍ଷରୁ ସିଏସ୍ଆର୍ ମହାପ୍ରବନ୍ଧକ ବିଚିତ୍ରାନନ୍ଦ ବେହେରା ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକଲେକ୍ଟର ତନ୍ମୟ ରନ ଜେନା ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।