ଇଫ୍କୋକୁ ‘ମଦର ପ୍ଲାଣ୍ଟ’ପୁରସ୍କାର

 ପାରାଦୀପ: ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର୍ସ କୋ-ଅପରେଟିଭ ଲିମିଟେଡ (ଇଫ୍କୋ)ର ପାରାଦୀପ ୟୁନିଟକୁ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓଏଏସ୍ଏମ୍ଇ) ପକ୍ଷରୁ ସମ୍ମାନ ଜନକ  “ଶ୍ରେଷ୍ଠ ମଦର ପ୍ଲାଣ୍ଟ ପୁରସ୍କାର-୨୦୨୫’’ ପୁରସ୍କାର ପ୍ରଦାନ କରାଯାଇଛି । ଅଗଷ୍ଟ ୧୨ ତାରିଖ ଓଏଏସ୍ଏମ୍ଇର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ୨୦୨୫ର ମୁଖ୍ୟ ଆକର୍ଷଣ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ  ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ  ଏହି ପୁରସ୍କାର ପ୍ରଦାନ କରିଥିଲେ ।  ରାଜ୍ୟ ସରକାରଙ୍କ  ଏମଏସ୍ଏମ୍ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ହେମନ୍ତ ଶର୍ମା ମଞ୍ଚରେ ଉପସ୍ଥିତ ଥିଲେ ।  ଏହି ପୁରସ୍କାର ପାଇବା ପରେ  ଇଫ୍କୋର ପାରାଦୀପ ୟୁନିଟ ମୁଖ୍ୟ ପିକେ ମହାପାତ୍ର  ଓଏସ୍ଏମ୍ଇ ଓ  ରାଜ୍ୟସରକାରଙ୍କୁ   କୃତଜ୍ଞତା ଜଣାଇବା ସହିତ ଅନ୍ତର୍ଭୁକ୍ତିମୂଳକ  ଅଭିବୃଦ୍ଧି ପ୍ରତି ଇଫ୍କୋର ପ୍ରତିବଦ୍ଧତା ଓ ରାଜ୍ୟର ଶିଳ୍ପ ପ୍ରଗତିରେ  ପ୍ରମୂଖ ଅଂଶୀଦାର  ଭାବେ ଏମ୍ଏସ୍ଏମ୍ଇ  ଗୁଡିକୁ ସୁଦୃଢ଼  କରିବାରେ ଇଫକୋର ନିରନ୍ତର ପ୍ରୟାସର  ଏହା ଏକ ନିଚ୍ଛକ ନିଦର୍ଶନ ବୋଲି କହିଥିଲେ ।