ଓଳାଭର ବଜାର ଉଚ୍ଛେଦ ନେଇ ସାମ୍ବାଦିକ ସମ୍ମିଳନୀ

 ରାଜକନିକା : ରାଜକନିକା ବ୍ଲକ ଓଳାଭର ବଜାର କମିଟି ପକ୍ଷରୁ ଓଳାଭର ବଜାରକୁ ବେଆଇନି ଉଚ୍ଛେଦକୁ ନେଇ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଛି । ଏହି ସମିଳନୀରେ ଓଳାଭର ବଣିକ ସଙ୍ଘ ସମ୍ପାଦକ ପ୍ରଦୀପ ପୃଷ୍ଟି, ସଭାପତି ପ୍ରଫୁଲ୍ଲ ପୃଷ୍ଟି, ଓଳାଭର ସରପଞ୍ଚ ନଉସ ନାୟକ, ପୂର୍ବତନ ସମିତି ସଭ୍ୟ କୈଳାଶ ଚନ୍ଦ୍ର ବେହୁରା, ଅବସରପ୍ରାପ୍ତ ସୈନିକ ଅକ୍ଷୟ ନାଥ, ପ୍ରାକ୍ତନ ସରପଞ୍ଚ ରାମ ଚନ୍ଦ୍ର ପୃଷ୍ଟି, ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ତହସିଲ ପ୍ରଶାସନ ବେଆଇନ ଭାବେ ଉଚ୍ଛେଦ କଲେ ବଳି ପଡିବେ ହାତ ଗଣତି କେତେଟା ଦୋକାନୀ । ଓଳାଭର ବଜାରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରିଣ କରିବା ପାଇଁ ଓଳାଭର ତାରିଣୀ ମନ୍ଦିର ଛକ ଠାରୁ ସାତ ଘରିଆ ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟର ରାସ୍ତାକୁ ସମ୍ପ୍ରସାରିତ କରି ଲୋକଙ୍କ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ପଦେକ୍ଷପରେ ହାତ ଗଣତି କେତେଟା ଦୋକାନୀ ପ୍ରଭାବିତ ହେଉଥିବାରୁ ଯାହାକୁ ନେଇ ଓଳାଭର ବଜାରର ବଣିକସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇଥିଲା । ଓଳାଭର ବଣିକ ସଙ୍ଘ ସମ୍ପାଦକଙ୍କ କହିବା କଥା ପୂର୍ବରୁ ମାପ ହୋଇଥିବା ଚିହ୍ନଟକୁ ବର୍ତମାନର ମାପର ଚିହ୍ନଟରେ ପ୍ରଭେଦ ଥିବାରୁ କିଛି ଦୋକାନୀ ବଳି ପଡିବେ । ତେଣୁ ସ୍ଥାନୀୟ ତହସିଲ ପ୍ରଶାସନକୁ ନିବେଦନ ଆସନ୍ତା ୨୨ଜୁଲାଇ ତାରିଖକୁ ଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରି ପୁନର୍ବାର ତାରିଣୀ ମନ୍ଦିର ଛକ ଠାରୁ ସାତଘରିଆ ପର୍ଯ୍ୟନ୍ତ ମାପ କରାଯାଇ ଚିହ୍ନଟ କରି ଉଚ୍ଛେଦ ପ୍ରକ୍ରିୟା କଲେ ବଣିକ ସଙ୍ଘ ଓ ସାଧାରଣ ଲୋକେ ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଏହି ସାମ୍ବାଦିକ ସମିଳନୀ ମାଧ୍ୟମରେ ଅନୁରୋଧ କରିଛନ୍ତି ।