ଇସିଆଇଙ୍କୁ ଭେଟିବେ ବିଜେଡ଼ି ପ୍ରତିନିଧି

ଭୁବନେଶ୍ୱର : ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିବେ ବିଜେଡ଼ି ପ୍ରତିନିଧି  । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ଅମର ପଟ୍ଟନାୟକ, ପ୍ରମିଳା ମଲ୍ଲିକ ଓ ସୁଲତା ଦେଓ ଆସନ୍ତାକାଲି ଇସିଆଇ କାର୍ଯ୍ୟାଳୟରେ କମିଶନଙ୍କ ସହ ଆଲୋଚନା କରିବେ  । ନିର୍ବାଚନ ମତଦାନରେ କେତେକ ଅନିୟମିତତା ନେଇ ପୂର୍ବରୁ ବିଜେଡ଼ି ପକ୍ଷରୁ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ବିଜେଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲା  ।
ଗତବର୍ଷ ଡିସେମ୍ବରରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡ଼ି ଫେରାଦ୍ ହୋଇଥିଲା  । ବିଶେଷକରି ଲୋକସଭା ଓ ବିଧାନସଭା ଭୋଟ୍ରେ ତାରତମ୍ୟକୁ ନେଇ ଦଳ ସନେ୍ଦହ ପ୍ରକାଶ କରିଥିଲା  । ୮ ମାସ ପରେ ବି ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ଦଳ ହାଇକୋର୍ଟ ଯିବ ବୋଲି ନିକଟରେ ବରିଷ୍ଠ ନେତା ତଥା ନବୀନଙ୍କ ପରାମର୍ଶଦାତା ଅମର ପଟ୍ଟନାୟକ କହିଥିଲେ  । ତେବେ ଇସିଆଇଙ୍କ ପକ୍ଷରୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଆସିଥିବାବେଳେ ନବୀନ ଇସିଆଇଙ୍କୁ ଭେଟିବା ପାଇଁ ଟିମ୍ ଗଠନ କରିଛନ୍ତି  । ସୂଚନାଯୋଗ୍ୟଯେ, ଫୁଲବାଣୀ, ତଳସରା, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର, ଯାଜପୁର ଭଳି ସ୍ଥାନରେ ଲୋକସଭା ଓ ବିଧାନସଭା ଭୋଟ୍ ମଧ୍ୟରେ ବହୁ ତାରତମ୍ୟ ରହିଥିବା ନେଇ ବିଜେଡ଼ି ପକ୍ଷରୁ ତଥ୍ୟ ପ୍ରମାଣ ଉପସ୍ଥାପିତ କରାଯାଇଛି  । ଏହିସବୁ ସ୍ଥାନରେ ଦଳ ୨ ହଜାର ଭୋଟ୍ ମଧ୍ୟରେ ପରାସ୍ତ ହୋଇଥିଲା  ।