ଉଚ୍ଚ ହମ୍ପ୍ସ ଯୋଗୁଁ ବଢ଼ୁଛି ଦୁର୍ଘଟଣା
ବୁଗୁଡ଼ା: ସ୍ଥାନୀୟ ବାଲିପିଣ୍ଡି ସାହି ରାସ୍ତା ଓ ପରିବା ବଜାର ରାସ୍ତାର ସଂଯୋଗ ସ୍ଥଳରେ ନିର୍ମିତ ଅତି ଉଚ୍ଚÿର ହମ୍ପ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନ୍ଏସି ପକ୍ଷରୁ ନର୍ଦ୍ଦମା ଉପରେ ନିର୍ମିତ ଏହି ହମ୍ପ ଯୋଗୁଁ ଅନେକ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବାର ନଜିର ରହିଛି । ଦୁର୍ଘଟଣାରେ କେତେବେଳେ ଯେ କାହାର ଜୀବନ ଚାଲିଯିବ ସେନେଇ ଆଶଙ୍କା ଦେଖା ଦେଇଛି । ଏନ୍ଏସିର କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଠିକାଦାର କିଭଳି ଏପରି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ବିପଦଜ୍ଜନକ ହମ୍ପ ନିର୍ମାଣ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ସେହି ଅତି ଉଚ୍ଚÿ ହମ୍ପ ଦେଇ କୌଣସି ପରିବା ବୋଝେଇ ଗାଡି ଗଲେ ତାହା ଓଲଟି ପଡୁଛି । ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ କରିବାକୁ ଭୟ କରୁଛନ୍ତି । ଏ ନେଇ ଅଭିଯୋଗ ସତ୍ତ୍ୱେ ଏନ୍ଏସି ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।