ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର

 ପାରାଦୀପ:  ପାରାଦୀପ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଅନ୍ତର୍ଜାତୟ ବୃକ୍ଷ୍ୟ ନାମକରଣ ନିୟମାବଳୀ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯକ୍ରମରେ ପାରାଦୀପ ମହାବିଦ୍ୟାଳୟର ଇତିହାସ ବିଭାଗିୟ ମୁଖ୍ୟ ଲୁଏତେନାଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ପୌରହିତ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଫକିର ମୋହନ ବିଶ୍ୱିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର୍ ଅନିଲ କୁମାର ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅର୍ନ୍ତଜାତୀୟ ବ୍ରୁଖ୍ୟ ନାମକରଣ ନିୟମାବଳୀ ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅଭିଷେକ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ବାରିକ ବିଷୟ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ବିଭାଗର ତୃତୀୟ ବର୍ଷ ଛାତ୍ରୀ ତେଜସ୍ୱୀନୀ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ରୋଜାଲିନ ପାତ୍ର ଏବଂ ମଧୁସ୍ମିତା ପ୍ରଧାନ ନିବନ୍ଧ ପାଠ କରିଥିଲେ । ପରିଶେଷରେ ବିଭାଗୀୟ ପରୀକ୍ଷା ସହାୟକଗାର ଜ୍ୟୋତି ରଞ୍ଜନ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।