ଗୌରବ ଆଣିଲେ ସ୍ୱାତୀସ୍ମିତା

 ରାଜକନିକା: ଏହି ମାର୍ଚ୍ଚ ୭ ତରିଖ ଭୁବନେଶ୍ୱର ନୂଆ ଅଭିଷେକ ପ୍ରେକ୍ଷାଳୟ ରାଜଭବନ ଠାରେ ଆୟୋଜିତ ଭାରତୀୟ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ରାଜକନିକା ବ୍ଲକ ନଳାପୋଖରୀ ଗାଁର ଅମର ନାୟକ ଓ ଭଗବତୀ ଦାସଙ୍କ ଝିଅ ତଥା କେନ୍ଦ୍ରାପଡ଼ା ତାରାଣ୍ଡୋ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍ୱାତିସ୍ମିତା ନାୟକ ତାଙ୍କର କୃତିତ୍ୱ ପାଇଁ ଶ୍ରେଷ୍ଠ ସ୍ୱେଛାସେବୀ ପୁରସ୍କାର ଓଡିଶାର ମହାମହିମ ରାଜ୍ୟପାଳ ହରିବାବୁ କମଭମ ପତିଙ୍କଠାରୁ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଆୟର୍ଡ ୨୦୨୩-୨୪ରେ ସମ୍ମାନିତ ହୋଇ ଜିଲ୍ଲା ତଥା ରାଜକନିକା ପାଇଁ ଗୌରବ ଆଣିଛନ୍ତି । ସୂଚନା ଥାଉକି ସ୍ୱାତିସ୍ମିତା ହରିୟାଣାର କୁରୁକ୍ଷେତ୍ର ସ୍ଥିତି ଗୀତଜ୍ଞାନ ସଂସ୍ଥାନମ ଠାରେ ଅନୁଷ୍ଠିତ ଅନ୍ତରାଜ୍ୟ ଜୁନିଅର ରେଡ଼କ୍ରସ କ୍ୟାମ୍ପ ରେ ଓଡିଶା ରୁ ପ୍ରତିନିଧିତ୍ୱ କରି କୁଇଜରେ ଦେଶର ପ୍ରଥମ, ସୋଲୋ ଡାନ୍ସରେ ଦ୍ୱିତୀୟ, ବକ୍ତୃତାରେ ତୃତୀୟ ଓ ଦଳଗତ ଇଭେଣ୍ଟ ଡ୍ରାମାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ, ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।