ସରିଲା ପଞ୍ଚୁଦୋଳ ଯାତ୍ରା

ବାଣପୁର : ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ମେଳଣ ଉ୍ୟାପିତ ହୋଇଛି । ସ୍ଥାନାଧିପତି ବ୍ରହ୍ମସ୍ପର୍ଶୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁରର ଆରାଧ୍ୟ ମା ଭଗବତୀ ଆଠ ଶାସନ ମୁଖ୍ୟ ରାଙ୍କନାଥଦେବ ନଅ ଦେଉଳ ମୁଖ୍ୟ ଉମାମହେଶ୍ୱର ଦେବଙ୍କ ସମେତ ଭେଟିନାଥ ଦେବ କପିଳେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ, ଗୋପୀନାଥ ଝାଡେଶ୍ୱର ରାମେଶ୍ୱର ଦେବ, ସ୍ୱପ୍ନେଶ୍ୱର ଦେବଙ୍କ ସମେତ ଅଂଚଳର ଶତାଧିକ ଗ୍ରାମରୁ ବୃଷଭ ସିଂହ ହନୁମାନ ଚଉଦଳ ପ୍ରଭୁତି ବିମାନ ଆରୋହଣ କରି ଆଲୋକ ମାଳରେ ସଜ୍ଜିତ ହୋଇ ଘଣ୍ଟ କାହାଳି ଓ ବିଭିନ୍ନ ବାଜା ରୋଷଣୀ ପାଇକ ଆଖଡା ଘୋଡନାଚ ଯୋଡି ଶଙ୍ଖ  ମଧ୍ୟରେ ମେଳଣ ପଡିଆରେ ଏକତ୍ରିତ ହୋଇଥିଲେ । ପ୍ରଥମେ ଚରଣ ଚକଦେବ ମା ଭଗବତୀ ରଙ୍କନାଥ ଉମାମହେଶ୍ୱର ଏକ ସଂଗେ କାହାଳି ଦେଇ ଆସନ ଗ୍ରହଣ କଲାପରେ ସମସ୍ତ ଦେବଦେବୀ ସେମାନଙ୍କ ଆସନରେ ବିରାଜମାନ କରିଥିଲେ । ପଞ୍ଚୁଦୋଳ କମିଟିର କର୍ମକର୍ତ୍ତା ସ୍ଥାନିୟ ପ୍ରଶାସନୀକ ଅଧିକାରୀ ଓ ଜନପ୍ରତିନିଧି ଯାତ୍ରା ପରିଚାଳନା କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା, ଏସଡିପିଓ ସଞ୍ଜୟ ପଚ୍ଚନାୟକ, ଥାନାଧିକାରୀ ରମେଶ ଦେବତା, ବାଲୁଙ୍ଗା ଥାନାଧିକାରୀ ଜୟ ପ୍ରକାଶ ପରିଡା, ନାଚୁଣୀ ଥାନାର ଚନ୍ଦ୍ର ଶେଖର ଜେନା ପୋଲିସ ଦଳ ସହ ଯାତ୍ରାରେ ଶୃଙ୍ଖଳା ରକ୍ଷା ରିଥିଲେ । ନେହେରୁ ସେବାସଙ୍ଘ ସତ୍ୟସାଇ ସେବା କେନ୍ଦ୍ର  ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସେବା ଯୋଗାଇ ଥିବା ବେଳେ ବାଣପୁର ଅଗ୍ନ୍ନି ସେବା କେନ୍ଦ୍ର  ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଣପୁର ଏନସି ସମସ୍ତ ସହଯୋଗ କରିଥିଲେ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣ ସିଂ, ତହସିଲଦାର କେ ପଦ୍ମ ନାଭ ଦୋରା, ଯାତ୍ରା କମିଟିର ଉପ ସଭାପତି ଅମର କାଣ୍ଡି, ସମ୍ପାଦକ ମାଧବ ବାରିକିଙ୍କ ସହ ସମସ୍ତ କର୍ମ କର୍ତ୍ତା ପୁରସ୍କାର ବଣ୍ଟନ କରି ଥିଲେ । ପଟୁଆରରେ ଗୁପ୍ତେଶ୍ୱର ଗାଲୁଆପ୍ରଥମ  ଲୋକନାଥ ଦେବ ବାଲିପଦର ଦ୍ୱିତୀୟ ଓ ଭେଟେଶ୍ୱର ଦେବ ତୃତୀୟ ପୁରସ୍କାର ପାଇଥିଲେ ।
ତିହିଡି: ଦୋଳ ମେଳନ ପରେ ପଞ୍ଚଦୋଳ ଅନୁଷ୍ଠିତ ହୋଇଯାଇଛି । ପରମ୍ପରାମତେ ଏକାଦଶୀ ତିଥିରେ ରାଧାକୃଷ୍ଣ ବିଗ୍ରହ ନିଜ ବିଜେସ୍ଥଳିରୁୁ ବାହାରି ବିମାନରେ ଅବସ୍ଥାନ କରିଥିଲେ । ବିଭିନ୍ନ ଗାଁ ପରିକ୍ରମା କରିବା ପରେ ଦ୍ୱାଦଶୀ ତିଥିରେ ମେଳନ ଆରମ୍ଭ ହୋଇଥିଲା । ବିମାନଧାରୀରଙ୍କ ସହ ଠାକୁରବାଡିଆ ଗାଁ ବୁଲିବା ସହ ଠାକୁରଙ୍କ ଚାଚିରୀ ଖାଇବା ସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଏକ ନିଆରା ସମ୍ପର୍କ ସୃଷ୍ଟି କରିଥାଏ । ଦ୍ୱାଦଶୀରୁ ରାଧାକୃଷ୍ଣ ମନ୍ଦିରରୁ ବାହାରି ଗାଁ ପରିକ୍ରମା କରିଥାନ୍ତି । ବିଭିନ୍ନ ସ୍ଥାନରେ ଦୋଳ ମେଳନରେ ଯୋଗଦେଇ ତୃତୀୟାରେ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ସେଠାରେ ପରମ୍ପରାମତେ ମେଣ୍ଢାଘର ପୋଡା ଯାଇଥିଲା । ଚଣ୍ଡି ଆରମ୍ଭ ହେବାପରେ ନୂଆ ପାଞ୍ଜି ପାଠ ହୋଇଥିଲା । ପରେ ଅଷ୍ଟମ ପ୍ରହରୀ ନିମନ୍ତେ ଶୁଭାଧିବାସ କରାଯାଇଥିଲା । ଆରୁହାସ୍ଥିତ ଶ୍ରୀଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିରରେ ପଞ୍ଚଦୋଳ ଉତ୍ସବ ପାଳିତ ହୋଇଯାଇଛି  । ଗୋପାଳଜୀୟୁଙ୍କ ପୂଜକ ରତ୍ନାକର ହୋତା ପୂଜାକାର୍ଯ୍ୟ କରିଥିବା ବେଳେ, କର୍ତ୍ତା ଭାବେ ଶ୍ରୀଧର ମଲ୍ଲିକ ଓ ଅଷ୍ଟମ ପ୍ରହରୀର ଗୋସେଇଁ ଶରତ ଦାସ ଦାୟିତ୍ନ ସମ୍ପାଦନ କରିଥିଲେ । ସରପଞ୍ଚ ସୁପ୍ରଭା ପାଣିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନାମଯଜ୍ଞ ଦର୍ଶନ କରି ସାନିଧ୍ୟଲାଭ କରିଥିଲେ । କମିଟି ସଭାପତି ଭାଗିରଥି ମଲ୍ଲିକ, ସମ୍ପାଦକ କରୁଣାକର ନାୟକ, ରମାକାନ୍ତ ନାୟକ, ଗୟାଧର ନାୟକ, ଭାଗିରଥି ମଲ୍ଲିକ, ନିମେଇଁ ମଲ୍ଲିକ, ପ୍ରକାଶ ନାୟକ, ଅଶ୍ୱନୀ ମଲ୍ଲିକ, ଚକ୍ରଧର ନାୟକ, ସୁକାନ୍ତ ନାୟକ, ସଞ୍ଜୟ ସ୍ୱାଇଁ, ଗୌରାଙ୍ଗ ବାରିକ, ଗୟାଧର ବାରିକ, ଦିବାକର ବେହେରା, ଦୁଃଖ ବେହେରା, ରତ୍ନାକର ମଲ୍ଲିକ, କମଳାକାନ୍ତ ସାମଲ, ଦୀପକ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚା ଳନା କରିଥିଲେ ।