ଉଦୟବଟର ୨୧ତମ ବାର୍ଷିକୋତ୍ସବ
ବ୍ୟାସନଗର: ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ର ୨୧ତମ ବାର୍ଷିକୋତ୍ସବ ଓ କୋରେଇର ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଉଦୟବଟର ସମ୍ପାଦକ ଦୁଷ୍ମନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଯାଜପୁର ବିଧାୟିକା ସୁଜାତା ସାହୁ ଉଦ୍ଘାଟନ କରିଥିଲେ । ଏଥିରେ ବ୍ୟାସନଗର ପୌର ପରିଷଦର ପ୍ରାକ୍ତନ ନଗରପାଳ ରସାନନ୍ଦ ମହାନ୍ତି, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟ ଶିଳ୍ପ ନିଗମର ଅବସରପ୍ରାପ୍ତ ପଦାଧିକାରୀ କୈଳାସ ଚନ୍ଦ୍ର ସାସମଲ, ‘କଳିଙ୍ଗନଗର ବୁଲେଟିନ୍’ର ସମ୍ପାଦକ ହାରାଧନ ବାନାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପତ୍ରିକାର ସହଯୋଗୀ ସମ୍ପାଦକ ଦୀପକ ରଞ୍ଜନ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ହରପ୍ରିୟା କର ସ୍ୱର୍ଗତ ଅଶୋକ ଦାସ ସ୍ମାରକୀ ଜାତୀୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଫଳାଫଳ ଘୋଷଣା କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮ଜଣଙ୍କୁ ଉଦୟବଟ ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉଦୟବଟ କ୍ୟାଲେଣ୍ଡର-୨୦୨୪କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସମ୍ପାଦକ ଦାମୋଦର ପଣ୍ଡା, କ୍ରୋମନଗର ବିଦ୍ୟାପୀଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ ଦେଓ, ନେତା ବାବୁଲାଲ ଗୁରୁ, ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଉଦୟବଟ କାର୍ଯ୍ୟକାରୀ ସମ୍ପାଦିକା ବିଦୁ୍ୟତ୍ପ୍ରଭା ରାୟ, ଅରୁଣ ଦାସ, ସାମ୍ବାଦିକ ବିଶ୍ୱରଞ୍ଜନ ପଟ୍ଟନାୟକ, ଅଭିମନୁ୍ୟ ବିଶ୍ୱାଳ, ସମୀର କୁମାର ମିଶ୍ର, ପ୍ରଫୁଲ୍ଲ ବାରିକ, ଦୁଷ୍ମନ୍ତ ମଲ୍ଲିକ, ସନାତନ ପାତ୍ର, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ପ୍ରୀତିପାଲ ସିଂ, ସୁମିତ୍ରା ମିଶ୍ର, ଅସିତ୍ ଦାସ, ସୁବାସ ଜେନା, ମନୋଜ ସାମଲ, ହରଦୟାଲ ସିଂ ପ୍ରମୁଖ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବାର୍ତା ସମ୍ପଦକ ଉମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।